Home ରାଜନୀତି ନିର୍ବାଚନ ପାଇଁ ଲାଗୁ ହେବ ନୂଆ ନିୟମ

ନିର୍ବାଚନ ପାଇଁ ଲାଗୁ ହେବ ନୂଆ ନିୟମ

0
all-party-meeting-in-ceo-office
ନିର୍ବାଚନ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମେ ସର୍ବ ଦଳୀୟ ବୈଠକ ଡାକିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ବୈଠକରେ ନିର୍ବାଚନ ପାଇଁ ନୂଆ ନିୟମ ସହିତ କିପରି ନିୟମ ଲାଗୁ ହେବ ଓ କେମିତି ରାଜନୈତିକ ଦଳ ଗୁଡିକ କିପରି ସବୁ ଅନୁକରଣ କରିବେ ସେ ନେଇ ଆଲୋଚନା ହୋଇଥିଲା । ନୂଆ ନିୟମ ହେଉଛି ଆଗରୁ ବର୍ଷକର ଇନକମ୍ ଟ୍ୟାକ୍ସ ଫେରସ୍ତ କରିବାକୁ ପଡୁଥିଲା । କିନ୍ତୁ ଏବେ ସେମାନଙ୍କୁ ୫ବର୍ଷର ଇନକନ୍ ଟ୍ୟାକ୍ସ ଫେରସ୍ତ କରିବାକୁ ପଡିବ । ଏହାସହ ପାର୍ଥୀମାନେ ନିଜ ନିଜ ଅପରାଧିକ ରେକର୍ଡକୁ ଅତିକମରେ ୩ଥର ଗଣମାଧ୍ୟମରେ ପ୍ରକାଶ କରିବେ ।