Home ବାଣିଜ୍ୟ ଆମାଜନ ପେ ଏବେ ସ୍ୱିଗିରେ ଗ୍ରହଣୀୟ

ଆମାଜନ ପେ ଏବେ ସ୍ୱିଗିରେ ଗ୍ରହଣୀୟ

ବାଙ୍ଗାଲୋର: ଗ୍ରାହକଙ୍କୁ ନୂତନ ତକ୍ରାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ସୁବିଧା ଉପଲବ୍ଧ କରାଯାଉଛି । ଏହା ଅନ୍ତର୍ଗତ ଆମାଜନ ପେ ବାଲାନ୍ସ୍ ଗ୍ରାହକ ଭାରତର ବୃହତ ଫୁଡ୍ ଅଡରିଂ ଏବଂ ଡେଲିଭରୀ ପ୍ଳାଟଫର୍ମ ସ୍ୱିଗି ସହିତ ସହଜରେ କାରବାର କରିପାରିବେ । ଗ୍ରାହକ ସ୍ୱିଗି ସହିତ ପ୍ରଥମ କାରବାରରେ ୪୦% ପର୍ଯ୍ୟନ୍ତ ୧୨୦ ଟଙ୍କାର ରିହାତି ହାସଲ କରିପାରିବେ । ଏହାସହିତ ଆମାଜନ ପ୍ରାଇମ୍ ସଦସ୍ୟ ୧୦% ପର୍ଯ୍ୟନ୍ତ ୧୦୦ଟଙ୍କାର ରିହାତି ୨୦୧୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ ହାସଲ କରିପାରିବେ । ଆମାଜନ ଏହାର ପେ ସୁବିଧା ସମ୍ପ୍ରସାରଣ କରିବା ସହିତ ମାର୍କେଟ୍ ପ୍ଲେସ୍, ଟ୍ରାଭେଲ୍, ଫୁଡ୍ ଅଡରିଂ, ବିଲ୍ ପେମେଂଟ୍ ଆଦିରେ ବହୁବିଧ ସୁବିଧା ଉପଲବ୍ଧ କରାଇପାରୁଛି । ଏବେ ଗ୍ରାହକ ଏହା ଉପଯୋଗ କରି ଚିନ୍ତାମୁକ୍ତ ଭାବେ ଘରେ ବସି ଅନ୍ଲାଇନ୍ରେ ନିଜ ପସନ୍ଦର ସ୍ୱିଗି ଫୁଡ୍ ବୁକିଂ କରିପାରିବେ । ସମ୍ପ୍ରତି ଭାରତରେ ଅନ୍ଲାଇନ୍ ଫୁଡ୍ ବଜାରର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଆମାଜନ ଗ୍ରାହକଙ୍କୁ ଡିଜିଟାଲ ବ୍ୟବସ୍ଥା ପାଇଁ କ୍ୟାସ୍ ବ୍ୟାକ୍ ସୁବିଧା ସହିତ ଚିନ୍ତାମୁକ୍ତ କାରବାରର ଅବସର ପ୍ରଦାନ କରୁଛି । ଏହା ଦ୍ୱାରା ଗ୍ରାହକ ସହଜରେ ଫୁଡ୍ ,ଟିକେଟିଂ ଏବଂ ଟ୍ରାଭେଲ୍ର ଆନନ୍ଦ ନେଇପାରୁଛନ୍ତି । ଆଗାମୀ ଦିନରେ ଏହାର ବ୍ୟବହାର ବଢ଼ିବାର ଆଶା ରହିଛି । ଏହି ଘୋଷଣା ଅବସରରେ ଆକ୍ସେପଟାନ୍ସ୍ ଏବଂ ମର୍ଚ୍ଚାଂଟ୍ ପେମେଂଟ୍ ନିର୍ଦ୍ଦେଶକ ମାନେଶ ମହାତ୍ମେ କହିଲେ, “ ଆମେ ଗ୍ରାହକଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହି ଡିଜିଟାଲ ପ୍ଳାଟର୍ଫମ ମାଧ୍ୟମ ସେମାନଙ୍କର ପେମେଂଟ୍ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ । ଏହା ଦ୍ୱାରା ଭାରତର ଅସଂଖ୍ୟା ଗ୍ରାହକ ବିଶେଷ ଉପକୃତ ହୋଇପ।।ରିବେ । ଆମେ ସ୍ୱିଗି ସହିତ ମିଳିତ ହୋଇଥିବାରୁ ବିଷେଶ ଆନନ୍ଦିତ । ଏହା ଦ୍ୱାରା ଅମାଜନ ପେ ବାଲାନ୍ସ ଗ୍ରାହକ ଅନ୍ ଲାଇନରେ ସ୍ୱିଗିର ବହୁବିଧ ଫୁଡ୍ ବୁକିଂ କରିବା ସହିତ ଅନନ୍ୟ ଅଭିଜ୍ଞତା ଉପଲବ୍ଧି କରିପାରିବେ ।” ଏହି ଅବସରରେ ସ୍ୱିଗିର ମାର୍କେଟିଙ୍ଗ୍ ଭିପି ଶ୍ରୀଭାଟସ୍ ଟି.ଏସ୍.କହିଲେ,” ସ୍ୱିଗିଏହାର ଶ୍ରେଷ୍ଠ ଗ୍ରାହକ ଅଭିଜ୍ଞତା ପାଇଁ ବେଶ୍ ପରିଚିତି ହାସଲ କରିଛି । ଆମାଜନ ସହିତ ମିଳିତ ହୋଇ ଆମେ ଆମର ଗ୍ରାହକ ସଂଖ୍ୟା ବୃଦ୍ଧି କରିବାରକୁ ସକ୍ଷମ ହୋଇପାରିବୁ । ସ୍ୱିଗି ଗ୍ରାହକଙ୍କ ଫୁଡ୍ ବୁକିଂ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ସକ୍ଷମ ହୋଇ ପାରିବ । ଆମାଜନ ପେ ବାଲାନ୍ସ ବ୍ୟବହାରକାରୀ ଏହି ଯୋଜନା ଦ୍ୱାରା ବିଶେଷ ଉପକୃତ ହୋଇପାରିବେ ।” ସୂଚନାଯୋଗ୍ୟ, ଆମାଜନ ପେ ଏକ ବିଶ୍ୱାସନୀୟ ପ୍ଳାଟଫର୍ମ ଭାବେ ବେଶ୍ ପରିଚିତି ହାସଲ କରିପାରିଛି । ଏହାଦ୍ୱାରା ଗ୍ରାହକ ଚିନ୍ତାମୁକ୍ତ ଭାବେ ଡିଜିଟାଲ କାରବାର କରିବାକୁ ସକ୍ଷମ ହୋଇ ପାରୁଛନ୍ତି । ସେହିପରି ସ୍ୱିଗି ୨୦୧୪ରେ ସ୍ଥାପିତ ହୋଇ ଇତିମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି । ଦେଶର ୧୮ଟି ସହରରେ ଏହାର ୪୦,୦୦୦ ରେଷ୍ଟୁରାଂଟ୍ ରହିଛି । ଏହା ୨୪ ଘଂଟିଆ ସେବା ଉପଲବ୍ଧ କରାଇଥାଏ ।