Home ଦେଶ ବିଦେଶ ଅନାଥାଶ୍ରମରେ ଯୌନ ନିର୍ୟାତନା: ୪୪ ଶିଶୁ ଉଦ୍ଧାର

ଅନାଥାଶ୍ରମରେ ଯୌନ ନିର୍ୟାତନା: ୪୪ ଶିଶୁ ଉଦ୍ଧାର

ଚେନ୍ନଇ : ତାମିଲନାଡୁ ଚେନ୍ନଇସ୍ଥିତ ଏକ ଅନାଥାଶ୍ରମର ଅନ୍ତେବାସୀଙ୍କୁ ଯୌନ ନିର୍ୟାତନା ଦିଆଯାଉଥିବା କଥା ପଦାକୁ ଆସିଛି। ଅନାଥାଶ୍ରମରେ ୪ରୁ ୧୫ ବର୍ଷ ବୟସର ୪୦ ଜଣ ଶିଶୁଙ୍କ ଯୌନ ନିର୍ୟାତନା ଦିଆଯାଇଛି। ଘଟଣା ପ୍ରଘଟ ହେବା ପରେ ପୁଲିସ୍ ଚଢାଉ କରି ଅନାଥାଶ୍ରମରୁ ୪୪ ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ସରସ୍ୱତୀ ନଗରସ୍ଥିତ ଇଟର୍ନାଲ ୱାର୍ଲ୍ଡ ଟ୍ରଷ୍ଟ ଅନାଥାଶ୍ରମର କେତେକ ଶିଶୁ ନଗର ମାଜିଷ୍ଟ୍ରେଟ୍ ଅନିତା ଅନନ୍ତ ଏବଂ ବି ସୌନ୍ଦର୍ୟାଙ୍କ ଆଗରେ ନିର୍ୟାତନା ଅଭିଯୋଗ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଆଭାଦି ମହିଳା ପୁଲିସ୍ ଷ୍ଟେସନ୍ ଇନ୍ସପେକ୍ଟର ସୋଭା ରାଣୀ ଅଭିଯୋଗ ଆଧାରରେ କାର୍ୟ୍ୟାନୁଷ୍ଠାନ ନେଇଥିଲେ। ସେଠାରୁ ୨୪ ଝିଅ ଏବଂ ୨୦ ପୁଅଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ନେଇ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ଅନାଥାଶ୍ରମ ପରିଚାଳକ ଜ୍ୟାକୋବ୍ ସାମୁଏଲଙ୍କ ସମେତ ବିମଳା ଜ୍ୟାକୋବ, ବାବୁ ସାମୁଏଲ, ମୁଥୁ ଏବଂ ଭାସ୍କରଙ୍କୁ ଗିରଫ କରାଯାଇଛି।