Home ଓଡିଶା ଟିକେଟ ପାଇଁ ନବୀନ ନିବାସରେ ଆଶାୟୀଙ୍କ ଭିଡ

ଟିକେଟ ପାଇଁ ନବୀନ ନିବାସରେ ଆଶାୟୀଙ୍କ ଭିଡ

0
aspiring-candidates-of-bjd-seen-lobbying-for-ticket-in-naveen-niwas
ଭୁବନେଶ୍ୱର : ନିର୍ବାଚନ ପାଇଁ ପାର୍ଥୀପତ୍ର ଚୟନ ତାଲିକା ଯେତେ ପାଖେଇ ଆସୁଛି, ନବୀନ ନିବାସରେ ଭିଡ ସେତିକି ଅଧିକ ଦେଖା ଯାଉଛି । ଆଉ ସେତିକି ବଢି ଚାଲିଛି ନେତାମାନଙ୍କ ମଧ୍ୟରେ ଉତ୍କଣ୍ଠା । କିଏ ପାଇବ ନିର୍ବାଚନ ଲଢିବା ପାଇଁ ଟିକେଟ । ଏବେ ଦେଖାଯାଉଛି ନବୀନ ନିବାସ ଆଗରେ କିଏ ଧରି ବୁଲୁଛି ନିଜ ବାୟୋଡାଟା ତ ଆଉ କିଏ ଆସି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶାୟୀ ପାର୍ଥୀ ଭାବେ ଭେଟୁଛନ୍ତି । ଗତ କିଛିଦିନ ମଧ୍ୟରେ ପାର୍ଟି ସଭାପତିଙ୍କ ପାଖକୁ ୩୦ହଜାରରୁ ଅଧିକ ବାୟୋଡାଟା ପହଂଚି ଥିବା ସୂଚନା ମିଳିଛି । ଆଉ ଆଜି ମଧ୍ୟ କିଛି ଆଶାୟୀ ପାର୍ଥୀ ହାତରେ ବାୟୋଡାଟା ଧରି ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ପହଂଚିଛନ୍ତି । ଏହାସହ ପୁଣି ଥରେ ସୁଯୋଗ ଦେବା ବିଧାୟକ ଓ ସାଂସଦ ଅନୁରୋଧ କରୁଥିବା ବେଳେ ନିଜର ଲୋକ ପ୍ରିୟତାକୁ ଆଧାର କରି ଟିକେଟ ମାଗୁଛନ୍ତି ନୂଆ ମୁହଁ ।