Home ଦେଶ ବିଦେଶ ମେକ୍ସିକୋ ନାଇଟକ୍ଲବରେ ଗୁଳିକାଣ୍ଡ : ୧୫ ମୃତ, ୭ଆହତ

ମେକ୍ସିକୋ ନାଇଟକ୍ଲବରେ ଗୁଳିକାଣ୍ଡ : ୧୫ ମୃତ, ୭ଆହତ

0
at-least-15-killed-in-shooting-at-mexico-nightclub
ମେକ୍ସିକୋ : ଆଜି ଭୋରରୁ ମେକ୍ସିକୋର ଗୁଆନାଜୁଆଟୋ ରାଜ୍ୟରେ ଏକ ନାଇଟକ୍ନବରେ ଗୁଳିକାଣ୍ଡ ଘଟି ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଶନିବାର ପ୍ରାତଃ ସମୟରେ ତିନୋଟି ଭ୍ୟାନରେ କିଛି ସଶସ୍ତ୍ରବାଦୀ ଲୋକ ଏହି ଘଟଣା ଘଟାଇଥିବା ଜଣା ପଡିଛି । ସେମାନେ ସାଲାମାନ୍କା ସହରରେ ଥିବା ଲା ପ୍ଲାୟା କ୍ଲବକୁ ଜବରଦସ୍ତି ପଶି ଲୋକଙ୍କୁ ଅର୍ତକିତ ଭାବରେ ଗୁଳି ଚାଳନା କରିଛିଲେ । ଫଳରେ ଘଟଣାସ୍ଥଳରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଡାକ୍ତରଖାନାରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାର ସବିଶେଷ ତଥ୍ୟ ଗୁଆନ୍ଜୁଆଟୋର ରାଜ୍ୟ ପ୍ରୋଜେକ୍ୟୁଟରଙ୍କ କାର୍ଯ୍ୟାଳୟ ପ୍ରକାଶ କରିଛିି । ଏବେ ଏହି ଘଟଣାର ତଦନ୍ତ ଗୁଇନ୍ଦା ବିଭାଗ କରୁଥିବା ଜଣାପଡିଛି ।