Home ଓଡିଶା ବିଜେଡିରୁ ଇସ୍ତଫା ଦେବାର ଦୁଇ ଦିନ ପରେ ବିଜେପିରେ ଯୋଗଦେଲେ ନବରଙ୍ଗପୁର ସାଂସଦ

ବିଜେଡିରୁ ଇସ୍ତଫା ଦେବାର ଦୁଇ ଦିନ ପରେ ବିଜେପିରେ ଯୋଗଦେଲେ ନବରଙ୍ଗପୁର ସାଂସଦ

0
balabhadra-majhi-join-bjp
ନୂଆଦିଲ୍ଲୀ : ଗତ ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ସେ ଆଜି ନୂଆଦିଲ୍ଲୀଠାରେ ଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଛନ୍ତି । ସେ ବିଜେପିରେ ଯୋଗଦାନ କରି କହିଛନ୍ତି ଯେ ପ୍ରଧାନମନ୍ତ୍ୀଙ୍କ କାର୍ଯ୍ୟଶୈଳୀରୁ ସେ ବେଶ ପ୍ରଭାବିତ ହୋଇଛନ୍ତି । ସେଥିପାଇଁ ସେ ବିଜେପିକୁ ଆସିବାକୁ ନିଷ୍ପତ୍ତି ନେଲେ । ଏହାସହ ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ସାଧାରଣ ଜନତାଙ୍କ ସେବା କରିବାରେ ଅଧିକ ସୁଯୋଗ ମିଳିବ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ବିଜେଡି ଛାଡିବାର କାରଣ ପଚାରିବାରୁ ସେ କହିଥିଲେ ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ଏପରି ବ୍ୟବହାର କରାଯାଉଥିଲା ଯେପରି ତାଙ୍କର କୌଣସି ଅସ୍ଥିତ୍ୱ ଦଳରେ ନାହିଁ । ସେଥିପାଇଁ ସେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି ।