Home ଦେଶ ବିଦେଶ ବିମାନ ଦୁର୍ଘଟଣାକୁ ନଜରରେ ରଖି ଡିଜିସିଏର ନୂଆ ଗାଇଡ୍ ଲାଇନ

ବିମାନ ଦୁର୍ଘଟଣାକୁ ନଜରରେ ରଖି ଡିଜିସିଏର ନୂଆ ଗାଇଡ୍ ଲାଇନ

0
boeing-737-max-will-be-able-to-blow-up-a-pilot-with-a-1000-hour-airplane-experience-onm
ନୂଆଦିଲ୍ଲୀ : ଇଥଓପିଆରେ ବିମାନ ଦୁର୍ଘଟଣାକୁ ନଜରରେ ରଖି ଡିରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ) ଜାରି କଲା ନୂଆ ଗାଇଡ ଲାଇନ୍ । ଏଥିରେ ବୋଇଂ ବିମାନ ଉଡାଣ ପାଇଁ ପାଇଲଟଙ୍କ ଅଭିଜ୍ଞତା ଉପରେ ନଜର ରଖାଯିବ । ଗାଇଡଲାଇନ ଅନୁଯାୟୀ ଯେଉଁ ପାଇଲଟଙ୍କର ହଜାର ଘଣ୍ଟାର ବିମାନ ଚାଳନ ଅଭିଜ୍ଞତା ଥିବ, କେବଳ ସେହିମାନେ ବୋଇଁ ବିମାନ ଚଳାଇ ପାରିବେ । ସେହିଭଳି କୋ- ପାଇଲଟଙ୍କ ପାଇଁ ବିମାନ ଚାଳନା ଅଭିଜ୍ଞତା ପାଞ୍ଚଶହ ଘଣ୍ଟାର ରହିଥିବା ଦରକାର । ଏହି ଗାଇଡ୍ ଲାଇନ ସ୍ପାଇସ ଜେଟ୍ ଓ ଜେଟ୍ ଏୟାରେଓାଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣକୁ ନେଇ ଜାରି କରାଯାଇଛି । ଗତ ରବିବାର ଇଥଓପିଆରେ ହୋଇଥିବା ବିମାନ ଦୁର୍ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ଏହି ଗାଇଡ ଲାଇନ ଜାରି କରିଛି ଡିଜିସିଏ ।