Home ଦେଶ ବିଦେଶ ଆମେରିକାରେ ଆରମ୍ଭ ହେଇଛି ବରଫ ବାତ୍ୟା

ଆମେରିକାରେ ଆରମ୍ଭ ହେଇଛି ବରଫ ବାତ୍ୟା

0
bomb-cyclone-in-america
ନ୍ୟୁୟର୍କ : ଆମେରିକାରେ ଆରମ୍ଭ ହେଇଛି ବରଫ ବାତ୍ୟା । ସେଥିପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି । ସେଠାରେ ୧୧୦ କି.ମି ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି । ଏଥି ପାଇଁ ସମସ୍ତ ୧୩୩୯ଟି ବିମାନ ରଦ୍ଧ କରି ଦିଆଯାଇଛି । ଏହାସହ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ସରକାରୀ ଅଫିସ, ସ୍କୁଲ ଏବଂ ବଜାର ସବୁ ବନ୍ଦ କରି ଦିଆଯାଇଛି । କୋଲରାଡୋର ରାଜ୍ୟପାଳ ବାତ୍ୟା ଆଶଙ୍କା ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।