ଡିସିଜିଆଇ ପକ୍ଷରୁ ଆମାଜୋନକୁ ନୋଟିସ୍ ।

ମୁମ୍ବାଇ ; ନକଲି କସମେଟିକ୍ସ୍ ବିକ୍ରି ଅଭିଯୋଗରେ ଇ-କମର୍ସ କମ୍ପାନୀ ଆମାଜୋନକୁ ନୋଟିସ୍ । ଦେଶ-ବିଦେଶର ଅନେକ ଗୁଡ଼ିଏ କସ୍ମେଟିକ୍ସ ଉତ୍ପାଦନ କମ୍ପାନୀର ନକଲି ଓ ମିଶ୍ରିତ ସାମଗ୍ରୀ ବିକିବା ଅଭିଯୋଗରେ ଦେଶର ଔଷଧି...

ଟେକ୍ନୋ ପକ୍ଷରୁ ଏଆଇ କ୍ୟାମେରା ସିରିଜ୍ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍ ଇଣ୍ଡିଆର ଏଆଇ କ୍ୟାମେରା ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ କ୍ୟାମନ୍-ଆଇ ଏୟାର-୨, କ୍ୟାମନ-ଆଇ୍-୨ଏବଂ କ୍ୟାମନ୍ ଆଇ-୨ -ଏକ୍ସ...

ଭିଭୋ ପକ୍ଷରୁ ଭି-୧୧ ପ୍ରୋ ସ୍ମାର୍ଟଫୋନ୍ ର ବଜାର ପ୍ରବେଶ

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ଇନ୍-ଡିସ୍ପ୍ଲେ ଫିଙ୍ଗର ପ୍ରିଂଟ୍ଯୁକ୍ତ ସ୍ମାର୍ଟଫୋନ୍ ଭି-୧୧ ପ୍ରୋ ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ...

ଡଲାର ମୂଲ୍ୟ ୭୦.୮୩ ଟଙ୍କା

ଡଲାର ତୁଳନାରେ ଆଜି ପୁଣିଥରେ ଟଙ୍କାର ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଗୁରୁବାର ସକାଳେ ପ୍ରତି ଡଲାର ମୂଲ୍ୟ ୭୦.୬୯ ଟଙ୍କାରେ କାରବାର ଆରମ୍ଭ କରିଥିବାବେଳେ ପୂର୍ବାହ୍ନ ୧୦ଟା ୨୨...

ଆଦାନୀ ଗ୍ରୁପ୍ ରିଟେଲ ବିଦ୍ୟୁତ୍ ବିତରଣ ବ୍ୟବସାୟରେ ପ୍ରବେଶକଲା

ମୁମ୍ବାଇ: ଆଦାନୀ ଗ୍ରୁପର ଅଂଶବିଶେଷ ଆଦାନୀ ଟ୍ରାନ୍ସମିଶନ ଲିମିଟେଡ଼ ରିଲାଏନ୍ସ ଇନଫ୍ରାଷ୍ଟକଚର ଇଂଟିଗ୍ରେଟେଡ୍ ଜେନେରସନ୍ ବିଜନେସ୍, ଟ୍ରାନ୍ସମିଶନ ଏବଂ ରିଟେଲ ଇଲେକକ୍ସିଟି ଡିଷ୍ଟିବ୍ୟୁସନ୍କୁ ଅଧିଗ୍ରହଣ କରିବା ସହିତ ରିଟେଲ ବିଦ୍ୟୁତ୍ ବିତରଣ ବ୍ୟବସାୟରେ...

ଆମାଜନ ପେ ଏବେ ସ୍ୱିଗିରେ ଗ୍ରହଣୀୟ

ବାଙ୍ଗାଲୋର: ଗ୍ରାହକଙ୍କୁ ନୂତନ ତକ୍ରାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ସୁବିଧା ଉପଲବ୍ଧ କରାଯାଉଛି । ଏହା...

ହିରୋ ଏକ୍ସଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ

ନୂଆଦିଲ୍ଲୀ: ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସ୍ରଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ କରାଯାଇଛି । ଏହା ଦେଶବ୍ୟାପି ଆଗାମୀ ସପ୍ତାହଠାରୁ ବିକ୍ରି ହେବ...

କଂଟାକ୍ଟ କାର୍ଡ ଷ୍ଟୋରର ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇପାରୁଛି

ନୂଆଦିଲ୍ଲୀ: ଭାରତରେ ଇଂଟରନେଟ୍, ଇ-କମର୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସ୍ଥାନୀୟ ତେଜରାତି ଦୋକାନ ଏବଂ ଛୋଟ ରିଟେଲରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିପାଇବାରେ ଲାଗିଛି । ଅଧିକ ସଂଖ୍ୟକ ଭାରତୀୟ...

ଜୁଲାଇରେ ଟାଟା ମୋଟର୍ସ ଗ୍ଲୋବାଲ ହୋଲସେଲ୍ ୯୨,୬୩୯ ୟୁନିଟ ଛୁଇଁଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମୋଟର ନିର୍ମାତା ଟାଟା ମୋଟର୍ସ ଜାଗୁଆର୍ ଲ୍ୟାଣ୍ଡ ରୋଭର ସମେତ ୨୦୧୮ ଜୁଲାଇରେ ଏହାର ଗ୍ଲୋବାଲ୍ ହୋଲସେଲ୍ରେ ୯୨,୬୩୯ ୟୁନିଟ୍ ବିକ୍ରି କରିଥିବାବେଳେ ଏହା ଗତ ୨୦୧୭ ଜୁଲାଇ...

ସହରର କେଉଁ ଅଞ୍ଚଳରେ ରାସ୍ତା ଜାମ୍ ରହିଛି ତାହା ଜଣାଇବ ଫେସ୍ବୁକ୍ ଏବଂ ହ୍ଵାଟ୍ସଆପ୍

ଏହ୍ଲାବାଦ୍‌: ଆଜିକାଲି ଟ୍ରାଫିକ ସମସ୍ୟା ଯୋଗୁଁ ରାସ୍ତା ଜାମ୍‌ ରହିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି ।ଲୋକସଂଖ୍ୟା ବଢ଼ିବା ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ପ୍ରତି ୫୦୦ମିଟର ପରେ ରାସ୍ତା ଜାମ୍‌ ରହୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଲୋକମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିଳମ୍ବ ହେଉଛି । ଟିକେ ଭାବନ୍ତୁ ତ’ ଆପଣ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବା ପରେ ଯେଉଁ ରାସ୍ତା ଦେଇ ଆପଣଙ୍କୁ ଯିବାର ଅଛିସେ ରାସ୍ତାର କେଉଁଠି ଜାମ୍‌ ରହିଛି ଯଦି ତାହା ଫେସ୍‌ବୁକ୍‌ ସୂଚାଇ ଦିଏ ତେବେ ଆପଣଙ୍କୁ ଜାମ୍‌ରେ ଫସିବାକୁ ପଡ଼ିବ ନାହିଁ। ଆପଣ ଅଲଗା ବାଟ ଦେଇ ଖୁବ୍‌ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ଭାବନ୍ତୁ ଯଦି ଏଭଳି ସୁବିଧା ଆପଣଙ୍କୁଫେସ୍‌ବୁକ୍‌ ଏବଂ ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମିଳିଯାଏ ତେବେ ଆପଣଙ୍କୁ କେତେ ସୁବିଧା ମିଳିବ । ଏଭଳି ଏକ ନୂଆଚିନ୍ତାଧାରା ନେଇ ଆସିଛନ୍ତି ଟ୍ରାଫିକ୍‌ ପୁଲିସ । ଟ୍ରାଫିକ୍‌ ପୁଲିସ ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌କୁ ଟ୍ରାଫିକ୍‌ ଅପ୍‌ଡ଼େଟ୍‌ ଦେବାର ପ୍ଲାଟ୍‌ଫର୍ମ ବନାଇବାକୁ ଯାଉଛି । ଲୋକମାନେ ଫେସ୍‌ବୁକ୍‌ ଏବଂ ହ୍ଵାଟ୍‌ସଆପ୍‌କୁ ଅଧିକମାତ୍ରାରେ ବ୍ୟବହାରକରୁଥିବାରୁ ଟ୍ରାଫିକ୍‌ ପୁଲିସ ଏହି ଦୁଇଟି ଆପ୍‌କୁ ଟ୍ରାଫିକ୍‌ର ଅପଡ଼େଟ୍‌ ଦେବାର ମାଧ୍ୟମ ଭାବେ ବାଛିଥିବା ଜଣା ପଡ଼ିଛି ।ଏପରି କରିବା ଦ୍ୱାରା ରାସ୍ତାରେ ହେଉଥିବା ଜାମ୍‌ ସମସ୍ୟା କମ ହୋଇ ପାରିବ ବୋଲି ଟ୍ରାଫିକ୍‌ ପୁଲିସ ଆଶା କରିଛି ।ପ୍ରଥମେ ଏହାକୁ ଏହ୍ଲାବାଦ୍‌ ସହରରେ ଆରମ୍ଭ କରାଯିବା ସହ ଧିରେ ଧିରେ ଏହା ଅନ୍ୟ ସହରକୁ ସଂପ୍ରସାରଣ କରାଯିବ । ସୂଚନା ମୁତାବକ, ସୋସିଆଲ ସାଇଟରେ ଏହ୍ଲାବାଦ୍‌ ଟ୍ରାଫିକ୍‌ ନାମରେ ଫେସ୍‌ବୁକ୍‌ ପେଜ୍‌, ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଏବଂ ଟ୍ଵିଟରଆକାଉଣ୍ଟ ତିଆରି କରାଯିବ । ଏବସୁ ଗ୍ରୁପ୍‌ର ଲିଙ୍କ୍‌ ସୋସିଆଲ ମିଡ଼ିଆରେ ସେୟାର କରାଯିବା ସହ ଲୋକମାନଙ୍କୁଏଥିରେ ଯୋଡ଼ାଯିବ । ଲିଙ୍କ୍‌ ଉପରେ କ୍ଲିକ୍‌ କରି ଲୋକମାନେ ଏହ୍ଲାବାଦ୍‌ ଟ୍ରାଫିକ୍‌ ଯୋଡ଼ି ହେବା ପରେ ସେମାନଙ୍କୁ ଟ୍ରାଫିକ୍‌ ଅପ୍‌ଡ଼େଟ୍‌ ମିଳିବା ଆରମ୍ଭ ହୋଇଯିବ ।
18,233FansLike
1,879FollowersFollow
14,500SubscribersSubscribe

Recent Posts