Home ମନୋରଞ୍ଜନ ପରଦାରେ ‘ବ୍ଲାକମେଲ୍‌’

ପରଦାରେ ‘ବ୍ଲାକମେଲ୍‌’

ଭୁବନେଶ୍ୱର: ଏକ ଅଜବ ଖିଆଲରୁ ଆରମ୍ଭ ହୋଇଛି ପ୍ରେମ। ପରିସ୍ଥିତି କିନ୍ତୁ ଦୁଇ ନାଆରେ ଠିଆ କରେଇ ଦେଇଛି। ଗୋଟିଏ ପଟେ ତ୍ୟାଗ, ଅନ୍ୟପଟେ ପ୍ରେମ। ଲଭ୍‌, ରୋମାନ୍ସ ଓ ସସ୍‌ପେନ୍ସକୁ  ଉପରକୁ ନେଇ ଆସୁଛି  ଓଡ଼ିଆ ସିନେମା  ‘ବ୍ଲାକମେଲ’।’ ପ୍ରଯୋଜକ -କମ-ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସସପେନ୍ସ ଥ୍ରୀଲର ବିଶିଷ୍ଟ ଏହି ଫିଲ୍ମରେ ସେ ଡବଲ ରୋଲ୍‌ରେ ଦର୍ଶକଙ୍କ ସାମନାକୁ ଆସିବେ। ଖାସ୍‌ କଥା ହେଲା ଏହି ଫିଲ୍ମରୁ ଅନ୍ୟତମ ଆଗଧାଡିର କୋରିଓଗ୍ରାଫର ଅମିତ ନାୟକ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି। ଏଥିରେ ଅର୍ଦ୍ଧେନ୍ଦୁଙ୍କ ଅପୋଜିଟ୍‌ରେ ଅଛନ୍ତି ତମନ୍ନା ଏବଂ ଆହାନା। ଏମାନଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ରତନ ମେହେର, ଜର୍ଜ ତିଆଡି, ପ୍ରତିଭା ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ପ୍ରେମ ଆନନ୍ଦଙ୍କ ସ୍ବର ସଂଯୋଜନାରେ ଏଥିରେ ସଂଯୋଜିତ ଗୀତଗୁଡିକ ମଧ୍ୟରୁ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଏବଂ ‘ବୋଉ ମାରିବ’ ଭାଇରାଲ ହୋଇସାରିଛି। ତେବେ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଏହି ଚତୁର୍ଥ ଚଳଚ୍ଚିତ୍ର ଦର୍ଶକଙ୍କୁ କେତେ ଏଣ୍ଟରଟେନ୍‌ କରୁଛି ତାହା ଫିଲ୍ମଟି ରିଲିଜ ପରେ ହିଁ ଜଣାପଡିବ।