Home ରାଜନୀତି ଆସନ୍ତା ୧୭ ତାରିଖରେ ପ୍ରକାଶ ପାଇବ କଂଗ୍ରେସ ପାର୍ଥୀ ତାଲିକା 

ଆସନ୍ତା ୧୭ ତାରିଖରେ ପ୍ରକାଶ ପାଇବ କଂଗ୍ରେସ ପାର୍ଥୀ ତାଲିକା 

0
congress-candidate-list-in-march-17-niranjan-patnaik
ଭୁବନେଶ୍ୱର : ଆଗକୁ ସମୟ ଆସୁଛି ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳର ଆଶାୟୀ ପାର୍ଥୀଙ୍କର ଉତ୍କଣ୍ଠା ବଢିବାରେ ଲାଗିଛି । ସେଥିମଧ୍ୟରୁ ଏବେ ପାଳି ପଡିଛି କଂଗ୍ରେସର । ଆସନ୍ତା ୧୭ ତାରିଖରେ ପ୍ରକାଶ ପାଇବ କଂଗ୍ରେସ ପାର୍ଥୀ ତାଲିକା ବୋଲି କହିଛନ୍ତି କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ  । ବର୍ତ୍ତମାନ ଓଡିଶାର ୧୫ ଲୋକସଭା  ଓ ୧୦୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପାର୍ଥୀ ମନୋନୟନ ଚୂଡାନ୍ତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଚଳିତବର୍ଷ ଅଧିକ ସଂଖ୍ୟକ ମହିଳା ପାର୍ଥୀ ଦେବା ପାଇଁ କଂଗ୍ରେସ ଦଳର ସଭାପତି ରାହୁଲ କହିଛନ୍ତି । ୧୬ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ପାର୍ଥୀ ଚୟନ ବୈଠକ ବସିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।