Home ବାଣିଜ୍ୟ କ୍ରେଡାଇର ରାଜ୍ୟସ୍ତରୀୟ ବିଲ୍ଡର୍ସ ମିଟ୍ ଅନୁଷ୍ଠିତ

କ୍ରେଡାଇର ରାଜ୍ୟସ୍ତରୀୟ ବିଲ୍ଡର୍ସ ମିଟ୍ ଅନୁଷ୍ଠିତ

ଭୁବନେଶ୍ୱର : କ୍ରେଡାଇ ତରଫରୁ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ୍ହୋ ଟେଲଠାରେ ରାଜ୍ୟସ୍ତରୀୟ ବିଲ୍ଡର୍ସ ମିଟ୍ ସମ୍ପନ୍ନ ହୋଇଯାଇଛି । ଏଥିରେ ରାଜ୍ୟର ୫ଟି ସହରରୁ ୧୦୦ରୁ ଉଦ୍ଧ୍ୱର୍ବି ଲଡର ଭାଗ ନେଇ ରାଜ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରିୟଲ ଇଷ୍ଟେଟ୍ କ୍ଷେତ୍ରର ବିଭିନ୍ନ ସମସ୍ୟା ଯେପରିକି ରେରା ରେଜିଷ୍ଟ୍ରେସନ୍ମି ଳିବାରେ ବିଳମ୍ବ ପ୍ରୋଜେକ୍ଟଗୁଡିକରେ ବ୍ଲକ୍ ଆମ୍ବୁଲାନ୍ସକୁ ରେରା କର୍ତୁପକ୍ଷ ସ୍ଥଗିତ ରଖିବା, ଅକ୍ୟୁପାନ୍ସି ସାର୍ଟିଫିକେଟ୍ ନଥିବା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଗୁଡିକୁ ସେସବୁକୁ ରେରା ରେଜିଷ୍ଟ୍ରେସନ୍ କରିବା (ଯାହାକି ଅନ୍ୟ ରାଜ୍ୟରେ କରାଯାଉନାହିଁ) ଡେଭଲପ ଏଗ୍ରିମେନ୍ଟ ଦ୍ୱାରା ଜମି ପାୱାର ଅଫ୍ ଆଟର୍ଣ୍ଣି ପାଇବା ଉପରେ ୭% ଚାର୍ଜ ଦେବା ରେରା ଆକ୍ଟ ପରେ ସେଲ ଏଗ୍ରିମେନ୍ଟ ଉପରେ ୨% ଚାର୍ଜ ଦେବା ଆଦି ବିଷୟରେ ଉପସ୍ଥିତ ବିଲଡରମାନେ ଆଲୋଚନା କରିଥିଲେ । ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଏହାର ବ୍ୟବସାୟରେ ସରଳିକରଣ ପାଇଁ ଅନ୍ୟ ରାଜ୍ୟର କର୍ତୁପକ୍ଷମାନଙ୍କୁ ଦେଖା କରିବାକୁ ନିଷ୍ପତି ନିଆଯାଇଥିଲା । ଅନ୍ୟାନ୍ୟ ରାଜ୍ୟମାନେ ଆଫୋଡେବଲ୍ହା ଉସିଂର ସଂଖ୍ୟା ବଢାଇବା ପାଇଁ ଅନେକ ଉପଯୁକ୍ତ ପଦକ୍ଷେପମାନ ଗ୍ରହଣ କରିଛନ୍ତି । କିନ୍ତୁ ଆମ ରାଜ୍ୟରେ ଆଫୋଡେବଲ ହାଉସିଂ ପଲିସି ରହିଥିବା ସତ୍ୱେ, ଅତ୍ୟଧିକ ପ୍ରାରମ୍ଭିକ ନିବେଶ ଅଯୌକ୍ତିକ ରେଭିନ୍ୟୁ ଚାର୍ଜ ପାଇଁ ବିଲଡରମାନେ ଏହି ସୁଯୋଗ ନେଇପାରୁନାହାନ୍ତି ବୋଲି ଏଥିରେ ମତପ୍ରକାଶ ପାଇଛି । ଏହି ଅବସରରେ ଡି.ଏସ୍. ତ୍ରିପାଠୀ, ଏସ୍.କେ. ରାଉତରାୟ, ବି.କେ. ଦାସ, ମଧୁ ମହାନ୍ତି, ମହମ୍ମଦ ମ୍ମୁକିମ୍, ଉମାଶଙ୍କର ପାଣିଗ୍ରାହୀ, ଉମେଶ ଖଣ୍ଡେଲୱାଲ, ଅନିଲ କୁମାର ଅଗ୍ରୱାଲ, ଏସ୍.ଏସ୍. ଗରାବଡୁ, ପି.ଆର୍. ମହାରଣା, ପ୍ରସନ୍ନ କୁମାର ପାଢୀ, ପଙ୍କଜ ମଟ୍ୱାନୀ ଏବଂ କ୍ରେଡାଇ ରାଜ୍ୟ ଏବଂ ସିଟି ଶାଖାର ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।