Home ଅପରାଧ ରେଳ ଲାଇନ କଡରୁ ଶିଶୁର ମୃତ ଦେହ ଜବତ : ବଳି ସନ୍ଦେହ

ରେଳ ଲାଇନ କଡରୁ ଶିଶୁର ମୃତ ଦେହ ଜବତ : ବଳି ସନ୍ଦେହ

0
dead-body-of-a-newly-born-baby-found-in-titilagarh
ଭୁବନେଶ୍ୱର : ଟିଟିଲାଗଡ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଏକ ଶିଶୁର ମୃତ ଦେହଠାବ ହୋଇଛି । ଶିଶୁଟିର ମୃତ ଦେହ ପ୍ରାୟ ୪ରୁ ପାଂଚ ଦିନ ତଳର ବୋଲି ଜଣା ପଡିଛି । ଷ୍ଟେସନ ପାଖରୁ ଥିବା ଏକ ରେଳ ଲାଇନ କଡରୁ ମୃତ ଦେହ ମିଳିଛି । ମୃତ ଶିଶୁର ଶବଠୁ କିଛି ଦୂରରେ କିଛି ପୂଜା ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏଥିରୁ ଜଣାପଡୁଛି ଯେ, ଏଠାରେ ଶିଶୁ ବଳି ଦିଆଯାଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ଭୟବୀତ ହୋଇଛନ୍ତି । ସୂଚନାଯୋଗ୍ୟ, ସ୍ଥାନୀୟ ଲୋକ ରେଳ ଲାଇନ ଯାଇଥିବା ପୋଲ ତଳେ ଏକ ଶିଶୁର ଶବ ଲୁଗା ଘୋଡାଯାଇ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିିଛି ।