Home ଦେଶ ବିଦେଶ ବିଶ୍ୱସ୍ତ କୁକୁର ହୋଇପାରେ ବିଶ୍ୱାସଘାତକ !

ବିଶ୍ୱସ୍ତ କୁକୁର ହୋଇପାରେ ବିଶ୍ୱାସଘାତକ !

0
ଭୁବନେଶ୍ୱର: ଆମେ ସାଧାରଣତଃ ଜାଣିଛୁ କୁକୁର ହେଇଛି ମଣିଷଙ୍କ ଠାରୁ ବି ବେଶି ବିଶ୍ୱସ୍ତ । ତେବେ ସେହି କୁକୁର ବେଳେ ବେଳେ କଣ କରେ ତାହା ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପୋଷା କୁକୁର ଖାଇଲା ନିଜ ମାଲିକଙ୍କ ପତ୍ନୀଙ୍କୁ । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଆମେରିକାର ଓ୍ଵାସିଂଟନ ଡିସି ଅଞ୍ଚଳରେ ।ସୁଚନା ମୁତାବକ, ଜଣେ ବ୍ୟକ୍ତି ତାଙ୍କର ପୋଷା କୁକୁରକୁ ଘରେ ଛାଡି ବଜାରକୁ ପରିବା ଆଣିବାକୁ ଯାଇଥିବା ଥିଲେ । ୧୫ ମିନିଟ୍ ପରେ ଘରେ ଆସି ପହଞ୍ଚିବା ବେଳକୁ ସବୁ କିଛି ସରି ଯାଇଥିଲା । ତେବେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୋବର୍ଟ ଫେଜେର । ତାଙ୍କ ପତ୍ନୀ ହେଲେ ଏଞ୍ଜେଲ । ରୋବର୍ଟ ଦୁଇ ବର୍ଷ ହେବ ଏଞ୍ଜେଲଙ୍କୁ ବିବାହ କରିଥିଲେ । ରୋବର୍ଟଙ୍କ ପୋଷା କୁକୁର ପେଟ ବୁଲ ପ୍ରଜାପତିର ଅଟେ, ତାର ନାମ ସେ କେନ ରଖିଥିଲେ । ଏହି କୁକୁର ତାଙ୍କ ପାଖରେ ବିଗତ ଆଠ ବର୍ଷ ହେଲା ରହି ଆସୁଥିଲା । ସେଦିନ ସନ୍ଧ୍ୟାରେ ସେ ତାଙ୍କ ପୋଷା କୁକୁରକୁ ତାଙ୍କ ପତ୍ନୀଙ୍କ ପାଖରେ ଛାଡି ମାକେର୍ଟ ଯାଇଥିଲେ। ରୋବର୍ଟ ଯେତେବେଳେ ଘରକୁ ଫେରି ଦେଖିଲେ ତାଙ୍କ ପତ୍ନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଛନ୍ତି ଓ ତାଙ୍କ ପୋଷା କୁକୁର କେନ୍ ତାଙ୍କୁ ବାରମ୍ବାର କାମୁଡି ଚାଲିିଛି । ସେ ଏହା ଦେଖି କ’ଣ କରିବେ କିଛି ବୁଝି ପାରି ନ ଥିଲେ, ରୋବର୍ଟ ସାଙ୍ଗେ ସାଙ୍ଗେ ପୁଲିସ ଓ ଆମ୍ବୁଲାନ୍ସକୁ ଡାକିଥିଲେ । ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ବେଳେ କୁକୁର ମେଡିକାଲ ଟିମର ଜଣେ ସଦସ୍ୟଙ୍କୁ ମଧ୍ୟ କାମୁଡିଥିଲା । ଯେତେ ବେଳେ ମହିଳାଙ୍କୁ ମେଡିକାଲକୁ ନିଆଗଲା ସେତେବେଳ ସବୁ ସରି ଯାଇଥିଲା । ମେଡିକାଲରେ ପହଞ୍ଚିବାର କିଛି ସମୟ ପରେ ରୋବର୍ଟଙ୍କ ପତ୍ନୀ ଏଞ୍ଜେଲଙ୍କ ମୃତ୍ୟୁ ହୋଇଯାଇଥିଲା ।