Home ମନୋରଞ୍ଜନ ବିଦେଶରେ ହେବ ବିବାହ

ବିଦେଶରେ ହେବ ବିବାହ

ବଲିଉଡର ନୂଆ ଲଭବାର୍ଡ ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଆସନ୍ତା ନଭେମ୍ବର ୨୦ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହି ବିବାହ ଦୀର୍ଘଦିନ ଧରି ବି’ଟାଉନ୍ ସମେତ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ତେବେ ଏହି ବିବାହ ଭାରତରେ ନୁହେଁ, ବରଂ ଇଟାଲୀରେ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି । ଏହି ବହୁଚର୍ଚ୍ଚିତ ବିବାହ ଉତ୍ସବରେ କେବଳ ମାତ୍ର ୩୦ ଜଣ ଅତିଥି ଯୋଗଦେବେ । ବିବାହ ପାଇଁ ଇଟାଲୀର ‘ଲେକ୍ କୋମୋ’ ଭେନ୍ୟୁକୁ ଫାଇନାଲ କରାଯାଇଛି । ଦୀପିକାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ଯେ ଇଟାଲୀ ତାଙ୍କ ପସନ୍ଦର ସ୍ଥାନ । ତେଣୁ ଏଠାରେ ହିଁ ବିବାହ କରିବା ପାଇଁ ଦୀପିକା ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଯେ ରଣବୀର-ଦୀପିକା ଗତ ୫ ବର୍ଷ ଧରି ଡେଟ୍ରେ ଅଛନ୍ତି । ଏହି ସମୟରେ ତାଙ୍କର ଅନେକଗୁଡ଼ିଏ ଫିଲ୍ମ ରିଲିଜ୍ ହେବା ସହ ସୁପରହିଟ୍ ମଧ୍ୟ ହୋଇଥିଲା । ଏଥିପାଇଁ ଏହି ଯୋଡ଼ିର ବିବାହକୁ ନେଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ସୃଷ୍ଟି ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ଉଭୟ ରଣବୀର-ଦୀପିକାଙ୍କ ଫ୍ୟାନ୍ଙ୍କ ସମେତ ବଲିଉଡର ଅନେକ ସେଲିବ୍ରିଟୀ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ଦୀପିକା-ରଣବୀରଙ୍କ ପୂର୍ବରୁ ଟିମ୍ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ଉତ୍ସବ ମଧ୍ୟ ଏହିଠାରେ ଅନୁଷ୍ଠିତ ହୋଇଥିଲା ।