Home ଦେଶ ବିଦେଶ ହାସିମପୁରା ନରସଂହାର ମାମଲାର ଦିଲ୍ଲୀ ହାଇକୋର୍ଟ କଲେ ଶୁଣାଣୀ , ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ...

ହାସିମପୁରା ନରସଂହାର ମାମଲାର ଦିଲ୍ଲୀ ହାଇକୋର୍ଟ କଲେ ଶୁଣାଣୀ , ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ !

0
ଭୁବନେଶ୍ୱର: ଅପେକ୍ଷାର ଘଟିଛି ଅନ୍ତ । ଦୀର୍ଘ ୩୧ ବର୍ଷ ପରେ ପୀଡିତଙ୍କୁ ମିଳିଛି ନ୍ୟାୟ । ତେବେ ହାସିମପୁରା ନରସଂହାର ମାମଲାର ଆସିଛି ରାୟ । ଆଜି ଦିଲ୍ଲୀ ହାଇକୋର୍ଟ ମାମଲାର ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୬ ମସିହାରେ ବାବରୀ ମସଜିଦ୍ ତାଲା ଖୋଲିବାକୁ ତତ୍କାଳୀନ କେନ୍ଦ୍ର ସରକାର ଆଦେଶ ଦେଇଥିଲେ । ଏହା ପରେ ପରେ ଉତ୍ତରପ୍ରଦେଶରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପରେ ୧୯୮୭ ମସିହା ମେ ମାସ ୨୨ ତାରିଖରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ସୂଚନା ଅନୁସାରେ ଦିଲ୍ଲୀ ହାପୁଡ ରୋଡ୍ ଗୁଲମର୍ଗ ସିନେମା ସାମନାରେ ହାସିମପୁରା ମୋହଲ୍ଲାରେ ସେନା ଓ ପିଏସି ଯବାନମାନଙ୍କ ମିଳିତ ସର୍ଚ୍ଚ ଅପରେସନ୍ ହୋଇଥିଲା । ଯେଉଁଟୁ ଶତାଧିକ ଲୋକଙ୍କୁ ଟ୍ରକରେ ଭର୍ତ୍ତି କରି ପୋଲିସ ଲାଇନକୁ ନିଆଯାଇଥିବା ଅଭିଯୋଗ ହୋଇଥିବାବେଳେ ସନ୍ଧ୍ୟା ହେବା ପରେ ଗୋଟିଏ ଟ୍ରକକୁ ପିଏସି ଯବାନମାନେ ଦିଲ୍ଲୀ ରୋଡ଼୍ ସ୍ଥିତ ମୁରାଦନଗର ଗଙ୍ଗ ନାଳ ପାଖକୁ ନେଇଯାଇଥିଲେ । ଏହି ଟ୍ରକରେ ପ୍ରାୟ ୫୦ ଜଣ ଲୋକ ଥିଲେ । ନାଳ ପାଖରେ ଟ୍ରକରୁ ଓହ୍ଲାଇ ଯବାନମାନେ ଗୁଳି କରି ହତ୍ୟା କରିଥିଲେ । ଆଉ ମୃତଦେହ ଗୁଡିକୁ ଗଙ୍ଗ ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ତହାସହିତ ଆଉ କିଛି ଲୋକଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିସାରିବା ପରେ ଗାଜିଆବାଦ ସ୍ଥିତ ହିଣ୍ଡନ୍ ନଦୀକୁ ମୃତଦେହକୁ ଫିଙ୍ଗି ଦିଆଯାଇଥିଲା । ଯାହା ସାରା ଦେଶରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲାର ବିଚାର ଦୀର୍ଘ ବର୍ଷ ଧରି ଚାଲିବା ପରେ ଦିଲ୍ଲୀର ତିସହଜାରି କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଥିଲେ । କିନ୍ତୁ ଏହି ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା । ।