Home ଦେଶ ବିଦେଶ ରାଜଧାନୀ ଦିଲ୍ଲୀରେ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବା ନେଇ ଚିନ୍ତାରେ ଦିଲ୍ଲୀବାସୀ !

ରାଜଧାନୀ ଦିଲ୍ଲୀରେ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବା ନେଇ ଚିନ୍ତାରେ ଦିଲ୍ଲୀବାସୀ !

0
ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଯାହାକୁ ନେଇ ଦିଲ୍ଲୀ ବାସୀ ଚିନ୍ତାରେ ରହିଛନ୍ତି । ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବାର ଆଶଙ୍କା ରହିଛି, ଯେଉଁଥିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁ ଗୁଣାବତ୍ତା ଅଧିକ ଖରାପ ହୋଇପାରେ । ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏକ୍ୟୁଆଇ ୩୬୧ ଦାୟର କରିଛନ୍ତି, ଯାହାକି ଅତ୍ୟନ୍ତ ଖରାପ ଶ୍ରେଣୀର ଆସିଥାଏ । ସୂଚନା ମୁତାବକ , ୦ ରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ ବୋଲି କୁହାଯାଇଥାଏ । ସେହିପରି ୫୧ ଏବଂ ୧୦୦ ମଧ୍ୟରେ ଏକ୍ୟୁଆଇ ସନ୍ତୋଷଜନକ ହୋଇଥାଏ । ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇ ମଧ୍ୟମ ଶ୍ରେଣୀର ହୋଇଥାଏ । ସେହିପରି ୨୦୧ରୁ ୩୦୦ ମଧ୍ୟରେ ଏକ୍ୟୁଆଇକୁ ଖରାପ ବୋଲି ଧରାଯାଇଥାଏ । ଏବଂ ୩୦୦ରୁ ୪୦୦ ମଧ୍ୟରେ ଏକ୍ୟୁଆଇ ଅତ୍ୟନ୍ତ ଖରାପ ହୋଇଥାଏ, ସେହିପରି ୪୦୧ରୁ ୫୦୦ ମଧ୍ୟରେ ଏକ୍ୟୁଆଇକୁ ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଇଛି । ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ଅନୁଯାୟୀ, ଦିଲ୍ଲୀର ଫରିଦାବାଦ, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ବାୟୁର ଗୁଣବତ୍ତା ସ୍ତରରେ ଗୁରୁବାର ଅତ୍ୟନ୍ତ ଖରାପ ଶ୍ରେଣୀରେ ଦର୍ଶାଯାଇଥିଲା ।