Home ଦେଶ ବିଦେଶ ହସ୍ପିଟାଲରୁ ରୋଗୀଙ୍କ କଟା ଗୋଡକୁ ନେଇଗଲା କୁକୁର ।

ହସ୍ପିଟାଲରୁ ରୋଗୀଙ୍କ କଟା ଗୋଡକୁ ନେଇଗଲା କୁକୁର ।

0
  ବିହାର ; ବିହାରର ଏକ ମେଡିକାଲରେ ଏପରି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚିକିତ୍ସା ବେଳେ ଜଣେ ରୋଗୀଙ୍କ କଟା ଥିବା ଗୋଡ଼କୁ କୁକୁର ନେଇ ପଳାଇଥିଲା ।ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ବକ୍ସର ରେଳୱେ ଷ୍ଟେସନରେ ଶ୍ରମିଜୀବୀ ଏକ୍ସପ୍ରେସରେ ଚଢୁଥିବା ବେଳେ ଖସିଯାଇ ଗମ୍ଭୀର ଭାବେ ଆହତ ହୋଇଥିଲେ । ଘଟଣା ପରେ ତୁରନ୍ତ ଜିଆରପି ଆହତଙ୍କୁ ସଦର ହସ୍ପିଟାଲକୁ ପହଞ୍ଚାଇଥିଲେ । ଏହି ଦୁର୍ଘଟଣାରେ ଆହତଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ପ୍ରାୟ କଟି ଯାଇଥିଲା । ହସ୍ପିଟାଲରେ ଚିକିତ୍ସା ବେଳେ ଡାକ୍ତର କଟି ଯାଇଥିବା ଗୋଡ଼କୁ ଶରୀରରୁ ଅଲଗା କରି ଦେଇଥିଲେ । ପରେ କ୍ଷତ ସ୍ଥାନରେ ବ୍ୟାଣ୍ଡେଜ କରୁଥିଲେ । ଏହି ସମୟରେ ଗୋଟିଏ କୁକୁର ଆସି ଉକ୍ତ କଟା ଗୋଡ଼କୁ ନେଇ ପଳାଇ ଯାଇଥିଲା । ଅନ୍ୟପକ୍ଷେ ହସ୍ପିଟାଲରେ ଚିକିତ୍ସାର ଅଭାବରୁ ଆହତଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ରାମନାଥ ମିଶ୍ର ଏବଂ ସେ ଆରାର ନିବାସୀ ବୋଲି ଜଣାପଡିଛି ।