Home ବାଣିଜ୍ୟ ଡଲାର ମୂଲ୍ୟ ୭୦.୮୩ ଟଙ୍କା

ଡଲାର ମୂଲ୍ୟ ୭୦.୮୩ ଟଙ୍କା

ଡଲାର ତୁଳନାରେ ଆଜି ପୁଣିଥରେ ଟଙ୍କାର ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଗୁରୁବାର ସକାଳେ ପ୍ରତି ଡଲାର ମୂଲ୍ୟ ୭୦.୬୯ ଟଙ୍କାରେ କାରବାର ଆରମ୍ଭ କରିଥିବାବେଳେ ପୂର୍ବାହ୍ନ ୧୦ଟା ୨୨ ସୁଦ୍ଧା ଏହା ୭୦.୬୮ ଟଙ୍କା ଥିଲା । ମଧ୍ୟାହ୍ନ ସୁଦ୍ଧା ଏଥିରେ ୨୪ ପଇସା ହ୍ରାସ ପାଇ ଗୋଟିଏ ଡଲାରର ମୂଲ୍ୟ ୭୦.୮୩ ଟଙ୍କାର ସର୍ବନିମ୍ନ ସ୍ତରରେ ପହଞ୍ôଚଥିଲା । ବୁଧବାର ମଧ୍ୟ ଏଥିରେ ହ୍ରାସ ପରିଲକ୍ଷିତ ହୋଇଥିଲା ଏବଂ ଡଲାର ପ୍ରତି ଏହା ୪୯ ପଇସା (୦.୭୦%)ର ହ୍ରାସ ସହିତ ୭୦.୫୯ ଟଙ୍କାର ଐତିହାସିକ ସ୍ତରରେ ବନ୍ଦ ହୋଇଥିଲା । ଅଗଷ୍ଟ ୧୩ ପରଠାରୁ ମୁଦ୍ରାରେ ଦିନକ ମଧ୍ୟରେ ଏହା ସର୍ବାଧିକ ହ୍ରାସ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଚଳିତବର୍ଷ ମୁଦ୍ରା ଏଯାବତ୍ ୧୦% ପର୍ଯ୍ୟନ୍ତ ଖସିସାରିଛି । ଅନ୍ୟପଟେ ଡଲାର ମୂଲ୍ୟ ୭୦ ଟଙ୍କାକୁ ପାର୍ କରିସାରିଥିବାବେଳେ ଏହାର ପ୍ରଭାବ ଅଶୋଧିତ ତୈଳ ଆମଦାନୀ ଉପରେ ପଡ଼ିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ତୈଳ ଆମଦାନୀ କରିଥାଏ । ଏପରି ସ୍ଥଳେ ଡଲାର ମୂଲ୍ୟରେ ବୃଦ୍ଧି କାରଣରୁ ଆମଦାନୀ ପାଇଁ ଅଧିକ ପରିଶୋଧ କରିବାକୁ ପଡ଼ିବ । ଆମଦାନୀ ମହଙ୍ଗା ହେବା ଦ୍ୱାରା ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍-ଡିଜେଲ୍ର ମୂଲ୍ୟ ବୃଦ୍ଧି କରିପାରନ୍ତି । ସେହିପରି ଦେଶରେ ଖାଦ୍ୟପେୟ ତଥା ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ପରିବହନ ପାଇଁ ଡିଜେଲ୍ର ବ୍ୟବହାର କରାଯାଏ । ତେବେ ଡିଜେଲ୍ର ଦର ବୃଦ୍ଧି ହେଲେ ଉପରୋକ୍ତ ସାମଗ୍ରୀର ଦାମ୍ ମଧ୍ୟ ବଢ଼ିବ । ମାତ୍ର ମୁଦ୍ରାର ମୂଲ୍ୟ କମିବାରୁ ଆଇଟି ସେକ୍ଟର ବିଶେଷ ଫାଇଦାରେ ରହିବ । ଫାର୍ମା କମ୍ପାନୀ, ଟୁରିଜିମ୍ ସେକ୍ଟରକୁ ମଧ୍ୟ ଫାଇଦା ହେବ ।