Home ଦେଶ ବିଦେଶ ମାଙ୍କୁ ବାର୍ତ୍ତା ଦେଲେ , କହିଲେ ମୁଁ ହୁଏତ ଆଉ ବଂଚି ନପାରେ ମାଆ, ମୁଁ ନ...

ମାଙ୍କୁ ବାର୍ତ୍ତା ଦେଲେ , କହିଲେ ମୁଁ ହୁଏତ ଆଉ ବଂଚି ନପାରେ ମାଆ, ମୁଁ ନ ବଂଚେ ତେବେ ବ୍ୟସ୍ତ ହେବନି !

0
ଭୁବନେଶ୍ୱର : ସତରେ ମୃତ୍ୟୁ ବି ଏମିତି ଆସିପାରେ । ୧ ମିନିଟ୍ ଭିତରେ ସବୁ ଓଲଟାପାଲଟା କରିଦିଏ । ସେମିତି ଏଭଲି ଭୟଙ୍କର ଦୃଶ୍ୟକୁ ଆଖି ଆଗରେ ଦେଖିଛନ୍ତି ଦୂରଦର୍ଶନ ନ୍ୟୁଜଟିମର ଲାଇଟମ୍ୟାନ । ଯେଉଁ ଦୃଶ୍ୟକୁ ସେ ଆଜି ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇପଡିବେ । ତେବେ ମୋବାଇଲ୍ ଭିଡିଓରେ ନକ୍ସଲ ଆକ୍ରମଣର ଦୃଶ୍ୟ ନଥାଇ ପାରେ, କିନ୍ତୁ ଗୁଳି ଚାଳନାର ଶବ୍ଦ ସ୍ପଷ୍ଟ ଶୁଭୁଛି । ଯାହା ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଗତକାଲି ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରେ କ୍ୟାମରେମ୍ୟାନ ଅଚିତ୍ୟୁ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଖସି ଆସିଥିବା ଦୂରଦର୍ଶନ ନ୍ୟୁଜ୍ ଟିମ୍ର ଲାଇଟ୍ମ୍ୟାନ୍ ମୋରମୁକୁଟ୍ ଏକ ଭୟଙ୍କର ସୋସିଆଲ୍ ଭିଡିଓ ଛାଡ଼ିଛନ୍ତି। ତେବେ ନକ୍ସଲ ଆକ୍ରମଣ ବେଳେ ଲାଇଟ୍ମ୍ୟାନ୍ ମୋରମୁକୁଟ୍ ଏକ ଖାଲରେ ପଡ଼ିଯାଇଥିଲେ। ସେଇଠି ହିଁ ସେ କୌଶଳରେ ନିଜ ମୋବାଇଲ୍ ଫୋନ୍ରେ ନିଜ ପରିବାର ଲୋକଙ୍କ ପାଇଁ ଏକ ବାର୍ତ୍ତା ରେକର୍ଡ କରିଦେଇଥିଲେ। ନକ୍ସଲଙ୍କ ଚକ୍ରବ୍ୟୂହରୁ ବର୍ତ୍ତିବା ଅସମ୍ଭବ ବୋଲି ଜାଣିବା ପରେ, ମୋରମୁକୁଟ୍ ନିଜ ମୋବାଇଲରୁ ତାଙ୍କ ମାଆଙ୍କ ନିକଟକୁ ଏକ ଭିଡିଓ ମେସେଜ ଦେବା ଲାଗି ଚାହିଁଥିଲେ। ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ପ୍ରବଳ ଗୁଳି ବର୍ଷଣ ଚାଲିଥିବା ବେଳେ ହିଁ ତଳେ ଶୋଇପଡ଼ି ଧୀରେ ଧୀରେ ସେ ଏହି ଭିଡିଓ ରେକର୍ଡ କରିଥିବା ଦେଖାଯାଉଛି। ଭିଡିଓରେ ମୋରମୁକୁଟ୍ ନିଜ ମାଆଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ମୁଁ ହୁଏତ ଆଉ ବଂଚି ନପାରେ ମାଆ। ଆମକୁ ନକ୍ସଲମାନେ ଘେରି ଯାଇଛନ୍ତି। ଯଦି ମୁଁ ନ ବଂଚେ ତେବେ ବ୍ୟସ୍ତ ହେବନି। ଏ କଥା କହୁଥିବା ବେଳେ ସେ ଖୁବ୍ ଭୟଭୀତ ଥିବା ଦେଖିବାକୁ ମିଳୁଛି।ଏପରିକି ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଆଉ ଭୟ କରୁ ନଥିବା ମୁରମୁକୁଟ୍ କୋହଭରା କଣ୍ଠରେ କହିଛନ୍ତି। ମମି ମୁଁ ତତେ ବହୁତ ଭଲ ପାଏ ବୋଲି କହୁଛନ୍ତି।