Home ଦେଶ ବିଦେଶ ଉତ୍ତର ପୂର୍ବରେ ଭୂକମ୍ପ !

ଉତ୍ତର ପୂର୍ବରେ ଭୂକମ୍ପ !

0
ନୂଆଦିଲ୍ଲୀ ; ଉତ୍ତର ପୂର୍ବ ଭାରତର ଅନେକ ରାଜ୍ୟରେ ଆଜି ଭୂକମ୍ପ ଅନୁଭୂତ ହୋଇଯାଇଛି । ତେବେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୫ ରହିଥିବା ଜଣାପଡିଛି । ସକାଳ ପ୍ରାୟ ୧୦ଟା ୨୨ମିନିଟ୍ରେ ୧୫ ସେକେଣ୍ଡ ପର‌୍ୟ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ବିହାର, ଆସାମ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏ ଭୂକମ୍ପର କେନ୍ଦ୍ରସଥିଲା କୋକରାଝର।ଏଥିଯୋଗୁଁ କୌଣସି ସ୍ଥାନରେ କିଛି କ୍ଷତି ହୋଇନଥିବା ଜଣାପଡିଛି ।