Home ରାଜନୀତି ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ

ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ

0
vote-machine
ଅନେକ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଗତକାଲି ଘୋଷଣା ହେଲା ୨୦୧୯ ସାଧାରଣ ନିର୍ବାଚନ ତାରିଖ । ଗତକାଲି ଏହାକୁ ନିର୍ବାଚନ କମିଶନ ମୁଖ୍ୟ ସୁନୀଲ ଅରୋରା ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ବଭବନଠାରେ ଘୋଷଣା କରିଛନ୍ତି । ଚଳିତ ବର୍ଷ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୧ ତାରିଖରେ ହେବ । ଚଳିତ ମାସ ୧୮ ତାରିଖରୁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ । ୨୬ ତାରିଖରୁ ନାମାଙ୍କନ ପତ୍ର ଯାଞ୍ଜ ଆରମ୍ଭ ହେବା ସହ ୨୯ ତାରିଖ ପାର୍ଥୀପତ୍ର ପତ୍ୟାହାର ପାଇଁ ଶେଷ ତାରିଖ ବଛାଯାଇଛି । ଭୋଟର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧ ତାରିଖ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ ତାରିଖ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ତାରିଖ, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯ ତାରିଖ, ପଞ୍ଚମ ପର୍ଯ୍ୟାୟ ମେ ୬ ତାରିଖ, ଷଷ୍ଠ ପର୍ଯ୍ୟାୟ ମେ ୧୨ ତାରିଖ ଓ ଶେଷ ତଥା ସପ୍ତମ ପର୍ଯ୍ୟାୟ ମେ ୧୯ରେ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଅନୁଷ୍ଠିତ ହେବ । ଭୋଟଗ୍ରହଣ ପରେ ମେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ ।