Home ଦେଶ ବିଦେଶ ବିଜେପିର ଆଗ ଧାଡିର ନେତା ମଦନଲାଲ ଖୁରାନାଙ୍କ ପରଲୋକ ।

ବିଜେପିର ଆଗ ଧାଡିର ନେତା ମଦନଲାଲ ଖୁରାନାଙ୍କ ପରଲୋକ ।

0
ଦିଲ୍ଲୀ ; ବିଜେପିର ଆଗ ଧାଡିର ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା (୮୨)ଙ୍କ ପରଲୋକ ଘଟିଛି।ଖୁରାନା ଦିଲ୍ଲୀର କିର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଶନିବାର ରାତି ପ୍ରାୟ ୧୧ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଏନେଇ ତାଙ୍କ ପୁଅ ହରିଶ ଖୁରାନା ଟ୍ୱିଟ୍ କରି ଜଣାଇଛନ୍ତି।ଗତ କିଛିବର୍ଷ ହେବ ଖୁରାନା ବ୍ରେନ୍ ଷ୍ଟ୍ରୋକ୍ କାରଣରୁ କୋମାରେ ଥିଲେ। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ମଦନଲାଲଙ୍କ ଜନ୍ମ ୧୯୩୬ ଅକ୍ଟୋବର ୧୫ ତାରିଖରେ ପାକିସ୍ତାନର ଫୈସଲାବାଦ୍ରେ ହୋଇଥିଲା। ବ୍ରିଟିସ୍ ଶାସନ ସମୟରେ ଏହି ଅଞ୍ଚଳ ଅବିଭାଜିତ ଭାରତର ପଞ୍ଜାବ ପ୍ରାନ୍ତର ଲାୟଲପୁରରେ ଥିଲା।୧୯୪୭ରେ ଦେଶ ବିଭାଜନ ପରେ ମଦନଲାଲଙ୍କ ପରିବାର ଭାରତ ପଳାଇ ଆସିଥିଲେ। ସେତେବେଳେ ମନଦଲାଲଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ସେ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଦିଲ୍ଲୀ ରାଜନୀତିରେ ସେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ୧୯୯୩ରୁ ୧୯୯୬ ପର‌୍ୟ୍ୟନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୪ରେ ସେ ରାଜସ୍ଥାନର ରାଜ୍ୟପାଳ ଭାବେ କାର‌୍ୟ୍ୟଭାର ଗ୍ରହଣ କରିଥିଲେ।ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ତାଙ୍କ ବଡ଼ ପୁଅ ବିମଲ ଖୁରାନାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା।