Home ଦେଶ ବିଦେଶ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଭୟଙ୍କର ଅଗ୍ନିକାଣ୍ଡରେ ବସ୍ତି ସଂପୂର୍ଣ୍ଣ ଧ୍ୱଂସ !

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଭୟଙ୍କର ଅଗ୍ନିକାଣ୍ଡରେ ବସ୍ତି ସଂପୂର୍ଣ୍ଣ ଧ୍ୱଂସ !

0
ମୁମ୍ବାଇ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାନ୍ଦ୍ରାର ନାଗରଦାସ ରୋଡ୍ ନିକଟରେ ଥିବା ବସ୍ତିରେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସ୍ତିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜଣା ପଡିଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ଏଯାଏ କିଛି ଖବର ମିଳିନାହିଁ । ତେବେ ମଙ୍ଗଳବାର ମଧ୍ୟାହ୍ଣ ୧୧.୩୬ରେ ପ୍ରଥମେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ଏହାର ବିପରୀତ ଦିଗରେ ଅଗ୍ନିଶମ କେନ୍ଦ୍ର ଥିବାରୁ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ନିଆଁ ଲିଭା କାର‌୍ୟ୍ୟରେ ୧୦ଟି ପାଣି ଟ୍ୟାଙ୍କର ଓ ୧୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ରହିଥିଲା । ତେବେ ଅଗ୍ନିକାଣ୍ଡରେ ବସ୍ତିବାସୀଙ୍କ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ରିପୋର୍ଟ ଲେଖା ହେବା ଯାଏ, ନିଆଁକୁ ସଂପୂର୍ଣ୍ଣ ଭାବେ ଆୟତ୍ତ କରାଯାଇ ପାରି ନାହିଁ ।