Home ଦେଶ ବିଦେଶ ଘାଟିରୁ ଖସିଲା ଭ୍ୟାନ, ୧୩ ମୃତ

ଘାଟିରୁ ଖସିଲା ଭ୍ୟାନ, ୧୩ ମୃତ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୋମବାର ଗଙ୍ଗୋତ୍ରୀରୁ ଫେରୁଥିବା ଏକ ଭ୍ୟାନ ଭାରି ବର୍ଷା କାରଣରୁ ପାହାଡ଼ ତଳକୁ ଖସିପଡ଼ିଥିଲା । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଭଟବାରୀ ଅଞ୍ଚଳରେ ୨୨ ସିଟ୍‌ ବିଶିଷ୍ଟ ଏକ ଭ୍ୟାନ ଘାଟିରୁ ୧୦୦ ମିଟର ତଳକୁ ଖସିଯିବା ଫଳରେ ୧୩ଜଣ ମୃତୁ୍ୟବରଣ କରିଛନ୍ତି । ଏହା ସହ ୨ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତାହତ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।ଭ୍ୟାନରେ ମୋଟ ୧୫ଜଣ ଯାତ୍ରୀ ଥିଲେ । ଆହତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ମେଡିକାଳରେ ଭର୍ର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଗଙ୍ଗୋତ୍ରୀ ଧାମକୁ ଯାତ୍ରା କରୁଥିଲେ । ଘାଟିରେ ହଠାତ ଭୂସ୍କଳନ ହେବାରୁ ଅଟୋଟି ୧୦୦ ମିଟର ଖାଇ ମଧ୍ୟକୁ ଖସି ଯାଇଥିଲା । ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପାଣିପାଗ ଖରାପ ହେତୁ ଶବଗୁଡିକୁ ବାହାର କରିବା କଷ୍ଟକର ବୋଲି ଜଣେ ଉଦ୍ଧାରକାରୀ କହିଛନ୍ତି । ପ୍ରକାଶ ଯେ ଏଠାରେ ମୂଷଳଧାରାରେ ବର୍ଷା ଲାଗିରହିବା କାରଣରୁ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ।