Home ଦେଶ ବିଦେଶ ଗୋଧ୍ରା ଟ୍ରେନ୍ ପୋଡି ମାମଲାରେ ୨ ଦୋଷୀ, ୩ ନିର୍ଦ୍ଦୋଷ

ଗୋଧ୍ରା ଟ୍ରେନ୍ ପୋଡି ମାମଲାରେ ୨ ଦୋଷୀ, ୩ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ୨୦୦୨ରେ ଗୁଜରାଟର ଗୋଧ୍ରାଠାରେ ସାବରମତି ଏକ୍ସପ୍ରେସ୍ ପୋଡି ଘଟଣାରେ ସୋମବାର ଏକ ସ୍ପେଶାଲ ଟ୍ରାଏଲ୍ କୋର୍ଟ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ଜଣଙ୍କୁ ନିର୍ଦ୍ଦୋଷେରେ ଖଲାସ କରିଛି । ଦୋଷୀଙ୍କ ଦଣ୍ଡବିଧାନ ପରେ କରାଯିବ । ୨୦୧୫-୧୬ରେ ଏମାନଙ୍କୁ ଗିରଫ କରାଯାଇଥିଲା । ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍(ଏସ୍ଆଇଟି)ଙ୍କୁ ଉକ୍ତ ମାମଲାକୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ଏସ୍ଆଇଟିର ବିଶେଷ ଅଦାଲତ ୨୦୧୧ ମାର୍ଚ୍ଚ ୧ରେ ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ୬୩ ଜଣଙ୍କୁ ମୁକ୍ତ କରାଯାଇଥିଲା ।