Home ଦେଶ ବିଦେଶ ଚିକିତ୍ସା ପାଇଁ ଆମେରିକା ଯିବେ ପାରିକର

ଚିକିତ୍ସା ପାଇଁ ଆମେରିକା ଯିବେ ପାରିକର

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋହର ପାରିକର ପୁଣିଥରେ ଚିକିତ୍ସା ଲାଗି ଆମେରିକା ଯିବେ ବୋଲି ଜଣାପଡିଛି । କିଛିଦିନ ତଳେ ସେ ଆମେରିକାରୁ ଚିକିତ୍ସିତ ହୋଇ ମୁମ୍ବାଇ ଫେରିଥିଲେ । ହେଲେ କିଛଇଦିନ ତଳେ ସେ ଅସୁସ୍ଥ ହୋଇ ପଡିବାରୁ ନିକଟରେ ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ପୁଣିଥରେ ଆମେରିକା ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ପାରିକର ପାନକ୍ରିୟାଟିକ୍ କ୍ୟାନସରରେ ପୀଡିତ ଥିବା ଜଣାପଡିବା ପରେ ପ୍ରାୟ ୩ମାସ ଧରି ଆମେରିକାରେ ଚିକିତ୍ସିତ ହୋଇ ଭାରତ ଫେରିଥିଲେ । ହେଲେ ମାତ୍ର ଅଳ୍ପ ସମୟ ମଧ୍ୟରେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।