Home ବାଣିଜ୍ୟ ହିରୋ ଏକ୍ସଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ

ହିରୋ ଏକ୍ସଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ

ନୂଆଦିଲ୍ଲୀ: ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସ୍ରଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ କରାଯାଇଛି । ଏହା ଦେଶବ୍ୟାପି ଆଗାମୀ ସପ୍ତାହଠାରୁ ବିକ୍ରି ହେବ । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୮୯,୯୦୦ଟଙ୍କା ରହିଛି । ଇତିମଧ୍ୟରେ କମ୍ପାନୀ ଘରୋଇ କ୍ଷେତ୍ରରେ ୫୦ ପ୍ରତିଶତ ମାର୍କେଟ୍ ଶେୟାର ହାସଲ କରିବାକୁ ସକ୍ଷମ ହୋଇପାରିଛି । ଏକ୍ସ୍ରଟ୍ରିମ୍୨୦୦ଆର୍ରେ ସୁରକ୍ଷିତ ଆଂଟି ଲକ୍ ବ୍ରେକ୍ ସିଷ୍ଟମ୍, ୨୦୦ସିସି ଏୟାର କୁଲଡ୍ ଇଞ୍ଜିନ୍, ବିଏସ୍-୪ ଯୋଗ୍ୟତା, ଏୟାର କୁଲଡ୍ ଇିନ୍, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍ ସହିତ ୮୦୦୦ ଆର୍ପିଏମ୍, ୧୭.୧ ଏନ୍ଏମ୍ ଟର୍କ ସହିତ ୬୫୦୦ ଆର୍ପିଏମ୍ ବୈଶିଷ୍ଟ୍ୟ ରହିଛି । ଏହା ମାତ୍ର ୪.୬ ସେକେଣ୍ଡ୍ରେ ୦ରୁ ୬୦ ଘଂଟା ପ୍ରତି କିମି ଗତି ହାସଲ କରିଥାଏ । ଏହି ଯାନଟି ଚାଳକଙ୍କୁ ଅନନ୍ୟ ପ୍ରିମିୟମ୍ ଅଭିଜ୍ଞତା ତଥା ଅଶେଷ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହେବ । ଏଥିରେ ଏଲଇଡି ପାଇଲଟ୍ ଲ୍ୟାମ୍ପ୍ ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି, ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ୨୭୬ ଏମ୍ଏମ୍ ସମ୍ମୁଖ ଡିସ୍କ୍, ୨୨୦ ପଛ ଡିସ୍କ୍, ଏବିସି ସିଷ୍ଟମ୍, ୩୭ ଏମ୍ଏମ୍ ସମ୍ମୁଖ ଫର୍କ ୭- ଷ୍ଟେପ୍ ମନୋସକ୍ ସସ୍ପେନସନ୍, ଛଉଡା ଟାୟାର ରହିଛି । ଏହା ପ୍ୟାନ୍ଥର୍-ବ୍ଲାକ୍ କୁଲ୍ ସିଲଭର୍, ପ୍ୟାନ୍ଥର ବ୍ଲାକ୍ ରେଡ୍, ସ୍ପୋର୍ଟର୍ସ ରେଡ୍, ଚାରକୋଲ୍ ଗ୍ରେ, ଅରେ୍ ଏବଂ ଟୋକ୍ନୋ ବ୍ଲୁ ଆଦି ୫ଟି ରଙ୍ଗରେ ଉପଲବ୍ଧ ହେଉଛି । ଏହି ଅବସରରେ ହିରୋ ମୋଟୋ କର୍ପ ଲିଃ.ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ୍ କହିଲେ, ଆମେ ଯୋଜନାବଦ୍ଧ ଭାବରେ କାର୍ଯ୍ୟକରି ଉପଯୁକ୍ତ ସଫଳତା ଲାଭ କରିଥିବାବେଳେ ଆବଶ୍ୟକ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମମ ହୋଇଛୁ । ଏହି ଅନନ୍ୟ ବିଶ୍ୱସ୍ତରୀୟ ଉତ୍ପାଦ ଏକ୍ସ୍ରଟ୍ରିମ୍୨୦୦ଆର୍ ପ୍ରସ୍ତୁତ କରି ବିଶ୍ୱବ୍ୟାପି ଆମର ସ୍ଥିତି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛୁ । ଏହି ଉତ୍ପାଦ ଉଭୟ ଘରୋଇ କ୍ଷେତ୍ର ତଥା ବିଶ୍ୱସ୍ତରୀୟ ଗ୍ରାହକଙ୍କୁ ଆକୃଷ୍ଟ କରିବାର ବିଶେଷ ସମ୍ଭାବନା ରହିଛି । ଏସମ୍ପର୍କରେ ହିରୋ ମୋଟୋକର୍ପର କଷ୍ଟମର କେୟାର ଏବଂ ପାର୍ଟସ୍ ବିଜନେସ୍ ସେଲସ୍ ହେଡ୍ ସଞ୍ଜୟ ଭାନ୍ କହିଲେ, ଅଲ୍ ନିୟୁ ଏକ୍ସ୍ରଟ୍ରିମ୍-୨୦୦ଆର୍ର ଆକର୍ଷଣୀୟ ତଥା ବଳିଷ୍ଠ ଡିଜାଇନିଂ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ପ୍ରିମିୟମ୍ ସେଗମେଂଟ୍ରେ କମ୍ପାନୀ ନିଜର ସ୍ଥିତି ସୁଦୃଢ଼ କରି ଘରୋଇ ତଥା ବିଶ୍ୱସ୍ତରରେ କାରବାର ବୃଦ୍ଧି ଏହି ନୂତନ ଉତ୍ପାଦ ମାଧ୍ୟମରେ ସମ୍ପନ୍ନ କରିପାରିବ ।