Home ଦେଶ ବିଦେଶ ତିରିଶି ବର୍ଷ ପରେ ପୁଣି ଥରେ ଦଳିତ-ମୁସଲମାନଙ୍କର ମେଣ୍ଟକୁ ନେଇ ଚର୍ଚ୍ଚା

ତିରିଶି ବର୍ଷ ପରେ ପୁଣି ଥରେ ଦଳିତ-ମୁସଲମାନଙ୍କର ମେଣ୍ଟକୁ ନେଇ ଚର୍ଚ୍ଚା

0
india-and-beyond/dalit-muslim-alliance
ମୁମ୍ବାଇ : ମହାରାଷ୍ଟ୍ରରେ ତିରିଶି ବର୍ଷ ପରେ ପୁଣି ଥରେ ଦଳିତ-ମୁସଲମାନଙ୍କର ମେଣ୍ଟ ହେଉଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ତିରିଶି ବର୍ଷ ତଳେ ଅଣ୍ଡରଓାର୍ଲ୍ଡ ଡନ୍ ହାଜି ମସ୍ତାନ ଓ ଦଳିତ ନେତା ଯୋଗେନ୍ଦ୍ର କବାଡେ ମିଶି ଦଳିତ- ମୁସଲିମ ଅଳ୍ପସଂଖ୍ୟକ ସୁରକ୍ଷା ମହାସଂଘ ପ୍ରତିଷ୍ଠା କରିଥିଲେ । ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ଏଆଇଏମ୍ଆଇଏମର ଅସୁଦୁଦ୍ଦିନ୍ ଓବେସି ଓ ବିଆର୍ପି ବହୁଜନ ମହାସଂଘର ପ୍ରକାଶ ଆମ୍ବେଦକର ଏହି ମେଣ୍ଟ କରୁଥିବା ଜଣାପଡିଛି । ପ୍ରକାଶ ଆମ୍ବେଦକରଙ୍କୁ କଂଗ୍ରେସ-ଏନ୍ସିପି ମେଣ୍ଟରେ ସାମିଲ ପାଇଁ ସୁଯୋଗ ମିଳିଥିଲା । କିନ୍ତୁ ସେ ତାହାକୁ ଏଡାଇ ଓବେସିଙ୍କ ସହିତ ମିଶି ନୂଆ ମେଣ୍ଟ ଗଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମେଣ୍ଟରେ ନିର୍ବାଚନ ପାଇଁ ପାର୍ଥୀ ଯୋଗାଇବ ବୋଲି ଜଣାପଡିଛି ।