Home ଦେଶ ବିଦେଶ ଆଜି ହେବ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି

ଆଜି ହେବ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି

0
india-and-beyond/hearing-of-lalu-in-supreme-court
ନୂଆଦିଲ୍ଲୀ : ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟରେ ହେବ । ଏହି ମାମଲାର ଶୁଣାଣି କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବେ । ଖବରନୁଯାୟୀ ଗତ ଜାନୁଆରୀ ୧ତାରିଖରେ ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରି ଦିଆଯାଇଥିଲା । ପରେ ଲାଲୁ ପ୍ରସାଦ ଜାମିନ ଲାଗି ସୁପ୍ରିମ କୋର୍ଟର କବାଟ ବାଡେଇଥିଲେ । ଲାଲୁ ୨୦୧୭ ଜିସେମ୍ବରରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ରହୁଛନ୍ତି । ନିଜର ଖରାପ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ଲାଲୁ ଲାଲୁ ପ୍ରସାଦ ଜାମିନ ପାଇଁ ଆବେଦନ କରିଛନ୍ତି ।