Home ଦେଶ ବିଦେଶ ଜାମ୍ମୁ କାଶ୍ମୀରରେ ଜଣେ ବ୍ୟକ୍ତିକୁୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଜାମ୍ମୁ କାଶ୍ମୀରରେ ଜଣେ ବ୍ୟକ୍ତିକୁୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

0
jk-terrorists-abduct-shoot-dead-36-year-old-local-in-pulwama
ଶ୍ରୀନଗର : ଗତକାଲି ରାତିରେ ଦକ୍ଷିଣ କାଶ୍ମୀରର ଅବନ୍ତୀପୋରା ଗୁଲଜାରପୋରାରୁ ଜଣେ ଲୋକକୁ କିଛି ଆତଙ୍କବାଦୀ ଅପହରଣ କରି ନେଇ ହତ୍ୟା କରିଛନ୍ତି । ପ୍ରକାଶ ଯେ, ଡୋଗ୍ରିପୋରା ଗାଁର ମଞ୍ଜୁର ଅହମଦ୍ ଲୋନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଉଠାଇ ନେଇଥିଲେ । ପରେ ଆତଙ୍କବାଦୀମାନେ ମଞ୍ଜୁରଙ୍କୁ ଗୁଳି ମାରି ହତ୍ୟା କରିଥିବା କାଶ୍ମୀର ପୋଲିସ କହିଛି । ଗୁଲ୍ଜାର୍ପୋରାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରୁ ମଞ୍ଜୁରଙ୍କର ଗଳିତ ଶବ ଉଦ୍ଧାର କରାଯାଇଛି । ଅନ୍ୟପଟେ ଅନନ୍ତନାଗ ଜିଲ୍ଲାର ବିଜ୍ବେହାରା ଅଞ୍ଚଳରେ ନେସ୍ନାଲ୍ କନଫରେନସର ଜଣେ କର୍ମୀଙ୍କୁ ଗୁଲି ମାରି ଆହତ କରିଛିଲେ । ସେହିପରି ଗତ ଦୁଇ ଦିନ ମଧ୍ୟରେ ଦକ୍ଷିଣ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ଏହା ତୃତୀୟ ଆକ୍ରମଣ ବୋଲି ଜଣା ପଡିଛି ।