Home ଦେଶ ବିଦେଶ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଚେନ୍ନାଇ: ଡିଏମ୍କେ ପ୍ରମୁଖ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିବାରେ ଲାଗିଛି । ସୋମବାର ସନ୍ଧ୍ୟାରେ କାବେରୀ ହସ୍ପିଟାଲ ତରଫରୁ ଏକ ମେଡିକାଲ ବୁଲେଟିନ୍ ଜାରି କରାଯାଇ କୁହାଯାଇଥିଲା ଯେ, କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଧିରେ ଧିରେ ଖରାବ ହେଉଛି । ତାଙ୍କ ଅବସ୍ଥା ସୁଧୁରିନାହିଁ । ବୃଦ୍ଧବୟସ୍କ ପ୍ରଭାବ ଯୋଗୁ ତାଙ୍କ ଶରୀରର ଅନେକ ଅଙ୍ଗ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଯାହା ଫଳରେ ଏହି ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ଠିକ୍ଭାବେ କାର୍ଯ୍ୟ କରୁନାହିଁ । ଡାକ୍ତରମାନଙ୍କ ଏକ ଟିମ୍ ଲଗାତାର ତାଙ୍କ ଉପରେ ନଜର ରଖିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ଗୁରୁତର ରହିବ ବୋଲି କୁହାଯାଉଛି । ହସ୍ପିଟାଲ ପକ୍ଷରୁ ବୁଲେଟିନ୍ ଜାରି କରାଯିବା ସହ ହସ୍ପିଟାଲ ବାହାରେ କରୁଣାନିଧିଙ୍କ ସମର୍ଥକମାନେ ଏକତ୍ରିତ ହୋଇଥିଲେ । ସେମାନେ ଲଗାତାର କରୁଣାନିଧିଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରାର୍ଥନା ଜାରି ରଖିଛନ୍ତି । ଏହାସହ ଯେ କୌଣସି ଅପ୍ରିତିକର ସ୍ଥିତି ଏଡାଇବା ପାଇଁ ପୋଲିସ ପ୍ରସ୍ତୁତ ରହିଛି ।