Home ଦେଶ ବିଦେଶ ପଶ୍ଚିମବଙ୍ଗ କଂଗ୍ରେସ ଭାଗ ଭାଗ !

ପଶ୍ଚିମବଙ୍ଗ କଂଗ୍ରେସ ଭାଗ ଭାଗ !

କୋଲକତା : କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କିଛିଦିନ ପୂର୍ବେ ପଶ୍ଚିମବଙ୍ଗର ବଛା ବଛା କେତେକ ଦଳୀୟ ନେତାଙ୍କ ସହ ବୈଠକରେ ବସିଥିଲେ । ଆଗକୁ ସେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥାବାର୍ତ୍ତା କରିବେ ବୋଲି କାର୍ଯ୍ୟସୂଚୀ ଏକ ପ୍ରକାର ସ୍ଥିର ହୋଇଥିବା କୁହାଯାଉଛି । ଏସବୁ ଉପକ୍ରମ ସୂଚାଇ ଦେଉଛି ଟିଏମ୍ସି ସହ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନରେ ମେଣ୍ଟ କରିପାରେ । କିନ୍ତୁ କଂଗ୍ରେସର ଏପରି ପ୍ରୟାସକୁ ମମତା ଓରଫ ଦିଦି ସବୁଜ ସଂକେତ ଦେବେ କି ନାହିଁ ସେନେଇ ପ୍ରଶ୍ନବାଚୀ ଉଠୁଛି । ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି ବାମଦଳର ସ୍ଥିତି ଅତ୍ୟନ୍ତ ବିପନ୍ନ ଥିବା ବେଳେ ବିଜେପି ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏଭଳି ପରିସ୍ଥତିରେ କଂଗ୍ରେସ ଯଦି ଟିଏମ୍ସି ପ୍ରତି ନ ଢଳିବ ତେବେ ସ୍ଥି୍ତି ଦୋଦଲ୍ୟମାନ ହେବା ନିଶ୍ଚିତ । ଦଳର ଅନ୍ୟ ଏକ ଗୋଷ୍ଠୀର ଯୁକ୍ତି ଟିଏମ୍ସି ଅଧ୍ୟକ୍ଷାଙ୍କୁ ସହଜରେ ବିଶ୍ୱାସକୁ ନେଇ ହେବ ନାହିିଁ । ଅର୍ଥ ହେଉ ଅବା ବାହୁବଳରେ କଂଗ୍ରେସରୁ ଟାଣୁଆ ନେତାଙ୍କୁ ନିଜ ଦଳକୁ ନେବାରେ ଦିଦିଙ୍କ ଚକ୍କର କାହାରି ନିକଟରେ ଅଛପା ନାହିଁ । କହିବାକୁ ଗଲେ ରାଜ୍ୟରେ ଦଳୀୟ ସ୍ଥିତି ଭଲ ନାହିଁ । ତାଛଡ଼ା ଏହି ମୁଖ୍ୟମନ୍ତ୍ରୀ ରାଜ୍ୟର ୪୨ ଟି ଯାକ ଆସନରେ ଟିଏମ୍ସି ଏକଲା ଲଢ଼ିବ ବୋଲି ଘୋଷଣା କରିସାରିଛନ୍ତି । ଏ ଦୃଷ୍ଟିରୁ କିପରି ଭାବରେ ଟିଏମ୍ସି ସହ ବୁଝାମଣା କରାଯିବ । ତେଣୁ ଦଳ ଏକଲା ଲଢ଼ିବା ବରଂ ଭଲ । ଏଭଳି ଭାବରେ ରାଜ୍ୟରେ କଂଗ୍ରେସ ଭାଗ ଭାଗ ହୋଇଯାଇଥିବା ଦୃଷ୍ଟିରୁ ଆଗକୁ ଏକ ମନ ନେଇ କିପରି ନିର୍ବାଚନର ସାମ୍ନା କରିବ ସେନେଇ ପ୍ରଶ୍ନବାଚୀ ଉଠୁଛି ।