Home ରାଜନୀତି ଆଜି ଘୋଷଣା ହେବ ୨୦୧୯ ଲୋକସଭା ନିର୍ବାଚନ ତାରିଖ

ଆଜି ଘୋଷଣା ହେବ ୨୦୧୯ ଲୋକସଭା ନିର୍ବାଚନ ତାରିଖ

0
lok-sabha-election-2019-dates-likely-to-be-announced-today-at-5-pm
ନୂଆଦିଲ୍ଲୀ : ଆଜି ଘୋଷଣା ହେବ ୨୦୧୯ ଲୋକସଭା ନିର୍ବାଚନ ତାରିଖ ଓ ସମୟ । ଏହି ଘୋଷଣା ଆଜି ବିଜ୍ଞାନ ଭବନଠାରେ ସନ୍ଧ୍ୟା ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ନିର୍ବାଚନ କମିଶନ ଘୋଷଣା କରିବେ । ଏକାଧିକ ସ୍ତରରେ ହେବାକୁ ଥିବା ନିର୍ବାଚନ ପାଇଁ ଶନିବାର ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ବସିଥିଲା । ଆଗାମୀ ନିର୍ବାଚନରେ ଦେଶରେ ପ୍ରାୟ ୧୦ ଲକ୍ଷ ବୁଥରେ ୫୪୩ଟି ଆସନ ଲାଗି ନିର୍ବାଚନ କରାଯିବ । ଅନ୍ୟପଟେ ଚଳିତ ବର୍ଷ ଲୋକସଭା କାର୍ଯ୍ୟକାଳ ଜୁନ ୩ରେ ଶେଷ ହେଉଥିବା ବେଳେ ୭ତାରିଖରୁ ୯ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଯିବ ବୋଲି ଆଶା ରଖାଯାଇଛି । ସେହିପରି ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶର ମଧ୍ୟ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇପାରେ ବୋଲି ଆଶଙ୍କା ରହିଛି ।