Home ଅପରାଧ ନ୍ୟୁଜିଲାଣ୍ଡ ମସଜିଦରେ ଗୁଳିମାଡ : ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମର ଖେଳାଳୀ 

ନ୍ୟୁଜିଲାଣ୍ଡ ମସଜିଦରେ ଗୁଳିମାଡ : ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମର ଖେଳାଳୀ 

0
many-dead-in-two-mosque-shooting-in-newzland
ନ୍ୟୁଜିଲାଣ୍ଡ : କ୍ରାଏଷ୍ଟଚର୍ଚ୍ଚ ସହରରେ ଏକାବେଳେ ଦୁଇଟି ମସଜିଦରେ ଆଜି ଆଖିବୁଜା ଗୁଳିମାଡ । ଏହି ଘଟଣାରେ କେତେ ଲୋକ ମତାହତ ହୋଇଛନ୍ତି ତାହାର କୌଣସି ସଠିକ୍ ତଥ୍ୟ ମିଳି ନାହିଁ । କିନ୍ତୁ ୧୦ ଉଦ୍ଧ୍ୱର୍ ଲୋକଙ୍କର ଏଥିରେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଷ୍ଟଫ୍.କୋ.ଏନ୍ଜେଡ୍ ନାମକ ଏକ ନ୍ୟୁଜ ପୋଟାଲ ଅନୁଯାୟୀ ଏଥିରେ ପ୍ରାୟ ୩୦ ଲୋକ ମୃତ ହୋଇଛନ୍ତି । ଦୁର୍ବୃତ୍ତମାନେ ପ୍ରାୟ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ । ଏବେ ପୋଲିସ ମସଜିଦକୁ ଚାରିପଟୁ ସିଲ କରିଦେଇଛି । ଆଜି ଶୁକ୍ରବାର ଥିବାରୁ ଦୁଇଟିଯାକ ମସଜିଦରେ ବହୁତ ଭିଡ ହୋଇଥିଲା । ଗୁଳିମାଡ ସମୟରେ ବାଂଲାଦେଶର କ୍ରିକେଟ ଟିମର ବହୁତ ଖେଳାଳୀ ସେହି ମସଜିଦର ଉପସ୍ଥିତ ଥିଲେ । କିନ୍ତୁ ଭାଗ୍ୟବଶତଃ ସେମାନଙ୍କର କୌଣଶି କ୍ଷୟକ୍ଷତି ହୋଇନି । ଖେଳାଳୀମାନେ ଭିତରକୁ ପ୍ରବେଶ ପୂର୍ବରୁ ଏହି ଘଟିଥିଲା । ଏହି ଘଟଣା ପରେ ସହରର ସମସ୍ତ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି ।