Home ମନୋରଞ୍ଜନ ବିଧାୟକ ଅରୁଣ କୁମାର ସାହୁ ପାଳିଲେ ବନ୍ଧୁତ୍ୱ ଦିବସ

ବିଧାୟକ ଅରୁଣ କୁମାର ସାହୁ ପାଳିଲେ ବନ୍ଧୁତ୍ୱ ଦିବସ

ନୟାଗଡ଼ : ନୟାଗଡ଼ ବ୍ଲକ ବାମନ ଅବକାସ ଉଚ୍ଚ ବିଦ୍ୟାଳୟରେ ସୋମବାର ବନ୍ଧୁତ୍ୱ ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁତ୍ୱ ଦିବସକୁ ଇଟାମାଟିର ବାମନ ଅବକାସ ଉଚ୍ଚବିଦ୍ୟାଳୟରେ ବିଶିଷ୍ଟ ଲେଖକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି କହିଥିଲେ ଯେ, ପ୍ରକୃତ ବନ୍ଧୁଟିଏ ପାଇବା କଷ୍ଟକର ହୋଇପଡ଼ିଛି । ତେଣୁ ବନ୍ଧୁତ୍ୱ ଦିବସ ଅବସରରେ ଆମେ ସମସ୍ତେ ସବୁଦିନ ପାଇଁ ବନ୍ଧୁ ହୋଇରହିବା ଆବଶ୍ୟକ । ବନ୍ଧୁଟିଏ ବିପଦ ମୁକାବିଲାରେ ବେଶ୍ ସହାୟକ ହୋଇଥାଏ । ବୃକ୍ଷ ପାଇଁ ଜୀବଜଗତ ତିଷ୍ଠି ରହିଛି । ତେଣୁ ବୃକ୍ଷ ଆମର ମଧ୍ୟ ବନ୍ଧୁ । ଆମ ପାଇଁ ବୃକ୍ଷ ଅନେକ ଉପକାର କରୁଛି ବୋଲି ଶ୍ରୀ ସାହୁ କହିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଭାଗିରଥି ବାଇ ଯୋଗଦାନ କରିଥିଲେ । ଏହି ଦିବସରେ ଇଟାମାଟିର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନିକୁଲର ନିର୍ଦ୍ଦେଶକ ଦିଲୀପ ସାହୁ ପରିଚାଳନା କରିଥିଲେ ।