Home ଦେଶ ବିଦେଶ ନେପାଳୀ ଯୁବତୀ ଙ୍କୁ ରୁମରେ ତାଲା ପକାଇ ଦୁଷ୍କର୍ମ, ୨ ଜଣ ଅଭିଯୁକ୍ତ ଗିରଫ !

ନେପାଳୀ ଯୁବତୀ ଙ୍କୁ ରୁମରେ ତାଲା ପକାଇ ଦୁଷ୍କର୍ମ, ୨ ଜଣ ଅଭିଯୁକ୍ତ ଗିରଫ !

0
ଜୟପୁର: ୨୫ ବର୍ଷିୟ ନେପାଳୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଘଟଣାଟି ଘଟିଛି ରାଜସ୍ଥାନ ଜୟପୁରର ମୁହନା ଥାନା ଅଞ୍ଚଳରେ । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତ ଦୁଇ ଜଣ ହେଲେ ଲୋକେଶ ସେନୀ (୧ ୯)ଓ କମାଲ ସେନୀ(୨୪) । ପୀଡିତାଙ୍କ ବୟାନ ଆଧାରରେ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି । ସେପଟେ ଏହି ଘଟଣା କୁ ନେଇ ଥାନା ଅଧିକାରୀ କହିଛନ୍ତି, “ ନେପାଳି ଯୁବତୀଙ୍କୁ ଏହି ଦୁଇ ଅଭିଯୁକ୍ତ ଶୁକ୍ରବାର ଓ ଶନିବାର ରୁମରେ ତାଲା ପକାଇ ଦୁଷ୍କର୍ମ କରିଥିଲେ । ତେବେ ଗତକାଲି ଭୋର ପ୍ରାୟ ୩ ଟା ବେଳେ ପୀଡିତା ଉଲଗ୍ନ ଅବସ୍ଥାରେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକ ଉଦ୍ୟମ କରୁଥିଲେ । ଅନ୍ୟପଟେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପିଡୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ପିଡୀତାର ଚିକିଚ୍ସା ଚାଲିଛି