Home ଦେଶ ବିଦେଶ ଆଣବିକ ଶକ୍ତି ସହଯୋଗ ବୃଦ୍ଧି ପାଇଁ ଭାରତରେ ନିର୍ମାଣ ହେବ ୬ଟି ଆମେରିକୀୟ ଆଣବିକ ପାଓାର...

ଆଣବିକ ଶକ୍ତି ସହଯୋଗ ବୃଦ୍ଧି ପାଇଁ ଭାରତରେ ନିର୍ମାଣ ହେବ ୬ଟି ଆମେରିକୀୟ ଆଣବିକ ପାଓାର ପ୍ଲାଣ୍ଟ

0
new-delhi-washington-agree-to-build-six-nuclear-power-plants-in-india
ଆମେରିକା : ଭାରତରେ ନିର୍ମାଣ ହେବ ୬ଟି ଆମେରିକୀୟ ଆଣବିକ ପାଓାର ପ୍ଲାଣ୍ଟ । ବେସାମରିକ ଆଣବିକ ଶକ୍ତି ସହଯୋଗ ବୃଦ୍ଧି କରାଇବା ପାଇଁ ଭାରତରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ଏହାର ଘୋଷଣା ଗତକାଲି ଶେଷ ହୋଇଥିବା ୯ମ ପର୍ଯ୍ୟାୟ ‘ଭାରତ-ଆମେରିକା ଷ୍ଟ୍ରାଟେଜିକ ସିକ୍ୟୁରିଟି ଡାଇଲଗ’ରେ ଏକ ମିଳିତ ଇସ୍ତାହାର ପ୍ରକାଶ କରି ଏହି ଘୋଷଣା କରିଛନ୍ତି । ଏହି ବୈଠକରେ ଭାରତର ବୈଦେଶିକ ସଚିବ ବିଜୟ ଗୋଖେଲ ଓ ଆମେରିକାର ବୈଦେଶିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ଆନ୍ତର୍ଜାତିକ ନିରାପତ୍ତା ବିଭାଗର ଅଣ୍ଡର- ସେକ୍ରେଟାରି ଆଣ୍ଡ୍ରିଆ ଟମ୍ପ୍ସନ୍ ଅଧ୍ୟକ୍ଷତା କରିଥିଲେ । ଏହାସହ ଏହି ବୈଠକରେ ଆମେରିକା ୪୮ ସଦସ୍ୟ ବିଷିଷ୍ଟ ଏନ୍ଏସ୍ଜିରେ ଭାରତର ଆଦ୍ୟ ସଦସ୍ୟତାକୁ ପୁଣି ଦୃଢ ସମର୍ଥନ କରିଛି ।