Home ଦେଶ ବିଦେଶ ଅନଲାଇନ ଔଷଧ ବିତରଣ କମ୍ପାନୀଗୁଡ଼ିକୁ ଦେଲେ ଶକ୍ତ ଝଟକା : ମାଡ୍ରାସ ହାଇକୋର୍ଟ

ଅନଲାଇନ ଔଷଧ ବିତରଣ କମ୍ପାନୀଗୁଡ଼ିକୁ ଦେଲେ ଶକ୍ତ ଝଟକା : ମାଡ୍ରାସ ହାଇକୋର୍ଟ

0
ଚେନ୍ନାଇ: ଆଜି ମାଡ୍ରାସ ହାଇକୋର୍ଟ ଦେଲେ ଶକ୍ତଝଟକା । ନଭେମ୍ବର ୧୧ ଯାଏ ଅନ୍ଲାଇନ୍ ଔଷଧ କମ୍ପାନୀଗୁଡ଼ିକ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।ଅନଲାଇନ ଔଷଧ ବିତରଣ କମ୍ପାନୀଗୁଡ଼ିକୁ ତାମିଲନାଡୁ କେମେଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆର୍ ମାଧବନ ଏଭଳି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସେପଟେ ଆସୋସିଏସନ୍ ତା’ର ଆବେଦନରେ ଦର୍ଶାଇଥିଲା ଯେ ଅନ୍ଲାଇନ୍ ଔଷଧ କାରବାର ଯୋଗୁ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବାବେଳେ ଅନ୍ଲାଇନ୍ କମ୍ପାନୀଗୁଡ଼ିକ ଅଣ ଲାଇସେନ୍ସ ପ୍ରାପ୍ତ ମେଡିସିନ୍ ଷ୍ଟୋରରୁ ମେଡିସିନ୍ ଆଣି ଏହାକୁ ବିକ୍ରି କରୁଛନ୍ତି। ଯାହା ଫଲରେ ଅନେକ ସମୟରେ ଏକ୍ସପାରୀ ଡେଟ୍ ଚାଲିଯାଇଥିବା ମେଡିସିନ୍ ଲୋକଙ୍କ ପାଖରେ ପହଞ୍ଚୁଛି। ଏହି ଯୁକ୍ତି ପରେ କୋର୍ଟ ଅନ୍ଲାଇନ୍ କମ୍ପାନୀଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଏଥିସହ ଆଡିସନାଲ୍ ସଲିସେଟର୍ ଜେନେରାଲ୍ଙ୍କୁ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ମତାମତ ଆଣିବାକୁ କହିଛନ୍ତି। ତେବେ କୋର୍ଟ କହିଛନ୍ତି, ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ କରାଯିବ ।