Home ଦେଶ ବିଦେଶ ନିର୍ବାଚନ ବେଳେ ଆକ୍ରମଣ କରିପାରେ ପାକିସ୍ତାନ : ଗୁଇନ୍ଦା ରିପୋର୍ଟ

ନିର୍ବାଚନ ବେଳେ ଆକ୍ରମଣ କରିପାରେ ପାକିସ୍ତାନ : ଗୁଇନ୍ଦା ରିପୋର୍ଟ

0
pak-army-plans-attack-on-india-during-election
ନୂଆଦିଲ୍ଲୀ : ଭାରତରେ ନିର୍ବାଚନ ସମୟରେ ଆସିପାରେ ଏକ ବିପଦ । ପଡୋଶୀ ଦେଶ ତଥା ପାକିସ୍ତାନ କରିପାରେ ଆକ୍ରମଣ । ଏଭଳି ଏକ ବାର୍ତ୍ତ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସିଥିବା ଏକ ରିପୋର୍ଟରେ ଦର୍ଶା ଯାଇଛି । ରିପୋର୍ଟ ମିଳିବା ପରେ ପ୍ରଧାନମନ୍ତ୍ରୀ ଏକ ବୈଠକ ଡକାଇ ଏହି ବିଷୟରେ ଆଲୋଚନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦେଶର ତିନି ଗୁଇନ୍ଦା ଏଜେନ୍ସି ନିଜ ନିଜର ଅଲଗା ଅଲଗା ରିପୋର୍ଟ ବୈଠକରେ ସରକାରଙ୍କ ସାମ୍ନାରେ ରଖିଲେ । ସେହି ତିନୋଟି ରିପୋର୍ଟ ଅନୁସାରେ ପାକ୍ ନିର୍ବାଚନ ସମୟ ବୋଲକୁ ଯୁଦ୍ଧ କରିବାର ପ୍ରସ୍ତୁତ ଚଲାଇଛି । ବୈଠକରେ କିଭଳି ଏହି ଯୁଦ୍ଧର ସାମ୍ନା କରିବା ତାହାର ଆଲୋଚନା ମଧ୍ୟ ହୋଇଛି । ଏହା ସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସ୍ଥଳସେନା ମୁଖ୍ୟ ବିପିନ ରାଓତ, ବାୟୁସେନା ମୁଖ୍ୟ ବିଏସ୍ ସୁନୀଲ ଲାମ୍ବା, ଏବଂ ଦେଶର ରାଷ୍ଟ୍ର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଉପସ୍ଥିତ ଥିଲେ । ଗୁଇନ୍ଦା ବିଭାଗର ଏହି ରିପୋର୍ଟ ଏବେ ସୁରକ୍ଷା ଏଜେନ୍ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି ।