Home ଦେଶ ବିଦେଶ ସୀମା ଉଲ୍ଲଙ୍ଘନ କଲା ପାକିସ୍ତାନ,ସୀମା ଭିତରକୁ ପଶି ଆସିଲା ପାକ୍ ସେନାର ସାମରିକ ହେଲିକପ୍ଟର।

ସୀମା ଉଲ୍ଲଙ୍ଘନ କଲା ପାକିସ୍ତାନ,ସୀମା ଭିତରକୁ ପଶି ଆସିଲା ପାକ୍ ସେନାର ସାମରିକ ହେଲିକପ୍ଟର।

0
ପାକିସ୍ତାନ ସେନାର ଏକ ସାମରିକ ହେଲିକପ୍ଟର ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଜାମ୍ମୁ-କାଶ୍ମୀରର ସୀମାନ୍ତ ପୁଞ୍ଚ ସେକ୍ଟର ଅଞ୍ଚଳରେ ଭାରତୀୟ ସୀମା ଭିତରକୁ ପଶି ଆସିବା ସହ ଭାରତୀୟ ସୀମା ମଧ୍ୟରେ କିଛି ସମୟ ଧରି ଚକ୍କର କାଟିଥିଲା। ତେବେ, ସୀମାନ୍ତରେ ଥିବା ଭାରତୀୟ ସେନା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପାକିସ୍ତାନ ସେନାର ଏହି ସାମରିକ ହେଲିକପ୍ଟରଟି ପୁଣି ନିଜ ଆକାଶ ସୀମା ମଧ୍ୟକୁ ଫେରି ଯାଇଥିଲା। ଏହି ଘଟଣା ସଂପର୍କରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।