Home ଦେଶ ବିଦେଶ ଆମେରିକାରେ ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ସୁଷମା ସ୍ୱରାଜ

ଆମେରିକାରେ ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ସୁଷମା ସ୍ୱରାଜ

ଇସ୍ଲାମାବାଦ : ଆମେରିକାରେ ଆସନ୍ତା ସେପ୍ଟେମ୍ବର ମାସରେ ଜାତିସଂଘର ସାଧାରଣ ପରିଷଦ ବାର୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହେମୁଦ୍ କ୍ୟୁରେସିଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ପାକ୍ସ ମ୍ବାଦପତ୍ରରେ ପ୍ରକାଶ ପାଇଛି । ଏହା ଯଦି ସମ୍ଭବ ହୁଏ, ତେବେ ପାକିସ୍ତାନରେ ନୂଆ ସରକାର ଆସିବା ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସ୍ତରରେ ଏହା ହେବ ପ୍ରଥମ ସାକ୍ଷାତ ଆଲୋଚନା । ‘ଡନ୍’ ସମ୍ବାଦପତ୍ର ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କ ଉକ୍ତିକୁ ଉଦ୍ଧାର କରି କହିଛି, ଦୁଇ ଦେଶ ମଧ୍ୟରେ ବୈଦେଶିକ ମନ୍ତ୍ରୀ ସ୍ତରରେ କଥାବାର୍ତ୍ତା ନେଇ ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇମ୍ରାନ୍ ଖାନ୍ଙ୍କୁ ଫୋନ୍ କରି ନିର୍ବାଚନରେ ତାଙ୍କ ଦଳର ବିଜୟ ପାଇଁ ବଧେଇ ଜଣାଇଥିଲେ ଏବଂ ତାଙ୍କ ନେତୃତ୍ୱରେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଘଟିବ ବୋଲି ଆଶା ପ୍ରକାଶ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୮ରେ ଜାତିସଂଘ ସାଧାରଣ ପରିଷଦର ୭୩ତମ ବାର୍ଷିକ ଅଧିବେଶନ ଆରମ୍ଭ ହେବ ।