Home ଦେଶ ବିଦେଶ ପର୍ଦାଫାଶ ହେଲା ରକ୍ତର କଳା କାରବାର !

ପର୍ଦାଫାଶ ହେଲା ରକ୍ତର କଳା କାରବାର !

0
ଭୁବନେଶ୍ୱର : ୟୁପିର ରାଜଧାନୀ ଲଖନଉରେ ପର୍ଦାଫାଶ ହେଲା ରକ୍ତର କଳା କାରବାର । ଏହି ଘଟଣାରେ ୟୁପି ଏସଟିଏଫ ସାତ ଜଣ ଲୋକଙ୍କୁ ଧରିଛି । ତେବେ ଅଭିଯୁକ୍ତ ମାନେ କେମିକାଲ ଓ ପାଣି ମିଶାଇ ରକ୍ତର କଳା କାରବାର କରୁଥିବା ବେଳେ ଏସଟିଏଫ ମାଣ୍ଡୟାଁବ ସ୍ଥିତ ହସପିଟାଲରେ ରାତି ଅଧିଆ ଚଢ଼ଉ କରି ୮ ୟୁନିଟ୍ ନକଲି ରକ୍ତ ଜବତ କରିଛନ୍ତି ।ଏହି ମାମଲାକୁ ମାମଲାର ଯାଂଚ କରୁଛି ୟୁପି ଏସଟିଏଫ୍ । ଏସଟିଏଫ୍ ବ୍ଲଡ ବ୍ୟାଙ୍କର ଦସ୍ତାବିଜ୍ ଓ କର୍ମଚାରୀ ମାନେ ରାତି ଅଧରେ ତଥ୍ୟ ଖୋଳତାଡ କରିଥିବା ଜଣାପଡିଛି । ତେବେ ଏହି ଚଢାଇ ଏସଟିଏଫର ବହୁତ ଗୋପନୀୟ ଭାବେ ହୋଇଥିଲା । ଏହି ବିଷୟରେ ସ୍ତାନୀୟ ପୁଲିସ ପାଖରେ କିଛି ବି ସୂଚନା ନଥିଲା । ସେପଟେ ଏହି ମାମଲାରେ ଡିଜିପି ଅଫିସରେ ମୁଖ୍ୟାଳୟରେ ପ୍ରେସ କଂନ୍ଫ୍ରେସ ହୋଇପାରେ । ଏସଟିଏଫ୍ କହିବା ଅନୁଯାୟୀ ଏହି କଳା କାରବାର ବହୁତ ଲମ୍ବା ସମୟ ଧରି ଚାଲୁଥିଲା । ୧୫ ଦିନ ପାଖାପାଖି ହେବ ଏସଟିଏଫ୍ ବ୍ଲଡ ବ୍ୟାଙ୍କକୁ ଅନୁଧ୍ୟାନ କଲା । ପ୍ରମାଣ ଓ ସାକ୍ଷ୍ୟ ଏକତ୍ର କରିବା ପରେ ଏସଟିଏଫ୍ ର ଡେପୁଟି ଏସପିଙ୍କ ନେତୃତ୍ୱରେ ରାତି ଅଧିଆ ଚଢ଼ଉ କରିଥିଲେ । ସୂଚନ ମୁତାବକ ଅଭିଯୁକ୍ତ କେମିକାଲ ଓ ପାଣି ମିଶାଇ ୨ ୟୁନିଟ୍ ରୁ ୩ ୟୁନିଟ୍ ରକ୍ତ ତିଆରି କରୁଥିଲେ । ଏଠି ବିନା କୌଣସି ମେଡିକାଲ ଡିଗ୍ରୀ ଥିବା କର୍ମଚାରୀ କାମ କରୁନଥିବା ବେଳେ ବ୍ଲଡ ବ୍ୟାଙ୍କରେ କୌଣସି ଡାକ୍ତର ମୁତୟନ ନଥିଲେ । ସେପଟେ କେମିକାଲ ଓ ପାଣି ମିଶ୍ରିତ ଗୋଟିଏ ୟୁନିଟ୍ ରକ୍ତ ପାଇଁ ୩୫୦୦ ଟଙ୍କା ନେଉଥିଲେ । ଏହି ଗ୍ରୁପ୍ ମଜଦୁର ଓ ରିକ୍ସା ଚାଳକଙ୍କ ଠାରୁ ୧୦୦୦-୧୨୦୦ ଟଙ୍କାରେ ରକ୍ତ କିଣୁଥିଲେ ଓ ସେଥିରେ କେମିକାଲ ଓ ପାଣି ମିଶାଉଥିଲେ ।