Home ରାଜନୀତି ଚଳିତ ବର୍ଷ ନିର୍ବାଚନ ଲଢିବେ ନାହିଁ ପ୍ରିୟଙ୍କା ଗାନ୍ଧୀ

ଚଳିତ ବର୍ଷ ନିର୍ବାଚନ ଲଢିବେ ନାହିଁ ପ୍ରିୟଙ୍କା ଗାନ୍ଧୀ

0
ନୂଆଦିଲ୍ଲୀ : ବଡ ଆଡମ୍ବର ସହ କଂଗ୍ରେସରେ ଯୋଗ ଦେଇଥିବା ପ୍ରିୟଙ୍କା ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହା ସହିତ ପ୍ରିୟଙ୍କା ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର କୌଣସି ରାଲିରେ ମଧ୍ୟ ଯୋଗ ଦେବେ ନାହିଁ । ପ୍ରିୟଙ୍କା କଂଗ୍ରେସର ମହାସଚିବ ଭାବରେ ଯୋଗ ଦେଇଛନ୍ତି । ହାତରେ ଯୋଗ ଦେବା ପରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ଏକ ରୋଡ୍ ସୋରେ ସାମିଲ ହୋଇଥିଲେ ପ୍ରିୟଙ୍କା । ସେହି ସୋରେ ପ୍ରିୟଙ୍କା ପାଟି ଫିଟାଇ ନଥିଲେ । କିଛି ରିପୋର୍ଟରୁ ଜଣା ପଡିଛି ପ୍ରିୟଙ୍କା ଆଗକୁ ଚୁପ ରହିବେ । ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଭାଇ ରାହୁଲ କରିବେ । ଆଉ ପ୍ରିୟଙ୍କାଙ୍କ କାମ ହେଉଛି କେବଳ ପରଦା ପଛରେ ରହି ଉ.ପ୍ରଦେଶରେ କଂଗ୍ରେସର ସଙ୍ଗଠାନତ୍ମକ ସ୍ଥିତି ମଜବୁତ କରିବେ । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଆମେଥି ଓ ବରେଲିଠାରେ ରାହୁଲ ଓ ସୋନିଆ ନିର୍ବାଚନ ଲଢୁଥିବାରୁ, ଚଳିତ ବର୍ଷ ସେ ନିର୍ବଚନ ଲଢିବେ ନାହିଁ ।