Home ଦେଶ ବିଦେଶ ପୁଲଓାମା ଆକ୍ରମଣର ମାଷ୍ଟରମାଇଣ୍ଡର ଏନକାଉଣ୍ଟର

ପୁଲଓାମା ଆକ୍ରମଣର ମାଷ୍ଟରମାଇଣ୍ଡର ଏନକାଉଣ୍ଟର

0
mastermind-of-pulwama-suicide-attack-neutralised
ଶ୍ରୀନଗର : ପୁଲଓାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ମୁଦାସୀର ଗତକାଲି ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଛି । ମୁଦାସୀର ସହିତ ଜୈଶ୍-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଦକ୍ଷିଣ କାଶ୍ମୀର ତ୍ରାଲ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଏହି ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ତ୍ରାଲର ପିଙ୍ଗଲିଶ୍ ଅଞ୍ଚଳରେ ମୁଦାସୀର ଓ ଅନ୍ୟ କିଛି ଆତଙ୍କବାଦୀ ଥିବା ଜାଣି ସୁରକ୍ଷା କର୍ମୀମାନେ ଅତର୍କିତ ଗୁଳି ଚାଳନା କରିଥିଲେ, ଏହାସହିତ ସେମାନେ ମଧ୍ୟ ପାଲଟା ଗୁଳିବିନିମୟ କରିଥିଲେ । ଫଳରେ ମୁଦାସୀର ଓ ଅନ୍ୟ ଦୁଇଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଟଳି ପଡିଥିଲେ । ଘଟଣା ପରେ ତ୍ରାଲରେ ପୋଲିସ ଓ ସୁରକ୍ଷା କର୍ମୀ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି । ପ୍ରକାଶ ଯେ, ଫେବୃଆରୀ ୧୪ ତାରିଖରେ ହୋଇଥିବା ପୁଲଓାମା ଆକ୍ରମଣରେ ମୁଦାସୀର ଗାଡି ଓ ବୋମାର ବ୍ୟବସ୍ଥା କରିଥିଲେ ।