Home ଦେଶ ବିଦେଶ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଦେଇପାରନ୍ତି ଇସ୍ତଫା ! 

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଦେଇପାରନ୍ତି ଇସ୍ତଫା ! 

0
ଭୁବନେଶ୍ୱର ; ଭାରତର ରିଜର୍ଭ ବ୍ୟାଙ୍କ୍ ଏବଂ ସରକାରଙ୍କ ମଧ୍ୟରେ ବଢୁଛି ବିବାଦ । ତେବେ ଏହି ଅଡୁଆ କୁ ନେଇ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଇସ୍ତଫା ଦେଇପାରନ୍ତି । ଆରବିଆଇ ଓ ସରକାରଙ୍କ ମଧ୍ୟରେ ଟଙ୍କା ଓ ବଣ୍ଡ୍ ବିକ୍ରୟ ନେଇ ମତାନ୍ତର ହୋଇଛି ।  ସେପଟେ ଏହି ବାବଦରେ କୌଣସି ବିବୃତି ଦେବାକୁ ରିଜର୍ଭ ବ୍ୟାଙ୍କ୍ ଏବଂ ଅର୍ଥ ମନ୍ତ୍ରାଳୟ ମନା କରି ଦେଇଛନ୍ତି ।ଅନ୍ୟପଟେ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା କି ,  ଜନସ୍ୱାର୍ଥ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣରଙ୍କୁ ନିର୍ଦେଶ ଜାରି କରିବା ନିମନ୍ତେ ସରକାର କେବେ ବ୍ୟବହାର କରି ନଥିବା ଆରବିଆଇ ଆକ୍ଟରେ ଥିବା କ୍ଷମତା ବ୍ୟବହାର କରିଛନ୍ତି । ତେବେ ମଙ୍ଗଳବାର ଦିନ ଲିକ୍ୟୁଡିଟି ସଙ୍କଟ ସଂକ୍ରାନ୍ତରେ ଆଲୋଚନା କରିବାକୁ ଅର୍ଥମନ୍ତ୍ରୀ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ ‘ଫାଇନାନ୍ସିଆଲ୍ ଷ୍ଟାବିଲିଟି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ କାଉନ୍ସିଲ୍’ ବୈଠକରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ, ଇନ୍ସ୍ୟୁରାନ୍ସ୍ ରେଗୁଲେଟରି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ ଅଥରିଟି ଏବଂ ପେନ୍ସନ୍ ରେଗୁଲେଟରି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ ଅଥରିଟି ଆଦି ରେଗୁଲେଟରି ଅଥରିଟିଙ୍କ ସହ ପଟେଲ୍ ଯୋଗ ଦେଇଥିଲେ । କିନ୍ତୁ, ଏହି ବୈଠକରେ ଇସ୍ତଫା ପ୍ରସଙ୍ଗରେ ପଟେଲ୍ କିଛି କହି ନଥିଲେ । ଅନ୍ୟପଟେ ଶୁକ୍ରବାର ଦିନ ପଟେଲ୍ ଏବଂ ଡେପୁଟି ଗଭର୍ଣ୍ଣରମାନେ ଅର୍ଥମନ୍ତ୍ରାଳୟକୁ ଭେଟିବେ ବୋଲି ଆଶା କରାଯାଉଛି ।