Home ଦେଶ ବିଦେଶ ସାବରୀମାଲା ମନ୍ଦିରରେ ମହିଳା ମାନଙ୍କ ପ୍ରବେଶକୁ ନେଇ ବିବାଦ ! ଆନ୍ଦୋଳନକାରୀ ମାରିଲେ ଗଣମାଧ୍ୟମ ପ୍ରତିନଧିଙ୍କୁ...

ସାବରୀମାଲା ମନ୍ଦିରରେ ମହିଳା ମାନଙ୍କ ପ୍ରବେଶକୁ ନେଇ ବିବାଦ ! ଆନ୍ଦୋଳନକାରୀ ମାରିଲେ ଗଣମାଧ୍ୟମ ପ୍ରତିନଧିଙ୍କୁ ମାଡ !

0
ନୂଆଦିଲ୍ଲୀ : ସାବରୀମାଲା ମନ୍ଦିରକୁ ମହିଳା ମାନଙ୍କୁ ପ୍ରବେଶ ନ କରିବା ପାଇଁ ରହିଥିବା କଟକଣାକୁ ସୁପ୍ରିମକୋର୍ଟ କିଛି ଦିନ ତଳେ ଉଠାଇଦେଇଥିଲେ । ତେବେ ନିର୍ଦ୍ଦେଶ ପରେ ଆଜି ଅପରାହ୍ନ ୫ଟା ସମୟରେ ସାବରମାଲା ମନ୍ଦିର ମହିଳା ମାନଙ୍କ ପାଇଁ ଖୋଲାଯିବ । ତେବେ ଏହି ରାୟକୁ ସାମାଜିକ ସଂଗଠନ ଓ ରାଜନୀତିକ ଦଳ ବିରାଧ କରୁଛନ୍ତି । ଯାହାକୁ ନେଇ ଗତକାଲି ଠାରୁ ମନ୍ଦିର ନିକଟରେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ସେପଟେ ଅନ୍ଦୋଳନର ଖବର ପାଇବ ପରେ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଗଣ ମାଧ୍ୟମର ମହିଳା ସାମ୍ବାଦିକଙ୍କୁ ଅନ୍ଦୋଳନକାରୀ ମାଡ ମାରିବା ସହିତ ଗାଡିକୁ ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି , ପୁଲିସ ଉପସ୍ଥିତିରେ ହିଁ ଏଭଲି ଘଟଣା ଘଟିଥିଲେ ବି ଏହାକୁ ରୋକିବାକୁ ସେମାନେ କୈାଣସି ପ୍ରୟାସ କରିନଥିଲେ । ତେବେ ରିପବ୍ଳିକ ଟିଭିର ଜଣେ ମହିଳା ସାମ୍ବାଦିକଙ୍କୁ ଆନ୍ଦୋଳନକାରୀ ମାନେ କାଠ ଫାଳିଆରେ ମାଡ ମାରିଥିବା ଜଣାପଡିଛି । ସେହିପରି ନ୍ୟୁଜ ମିନିଟ୍ ର ସାମ୍ବାଦିକଙ୍କ ମେରୁଦଣ୍ଡକୁ ମାରିଥିବା ବେଳେ ଆଜତକ ଓ ନ୍ୟୂଜ -୧୮ ର ଦୁଇ ଜଣ ସାମ୍ବାଦିକଙ୍କୁ ମଧ୍ୟ ବିକ୍ଷୋଭକାରୀ ମାରିଥିବା ଅଭିଯୋଗ ହୋଇଛି । ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ସଂପୃକ୍ତ ମିଡିଅଅ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।