Home ଦେଶ ବିଦେଶ ମୁମ୍ବାଇ ଓଭରବ୍ରିଜ ଭୁଶୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ମୁମ୍ବାଇ ଓଭରବ୍ରିଜ ଭୁଶୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

0
six-killed-in-mumbai-bridge-collapse
ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେଳ ଷ୍ଟେସନ ନିକଟରେ ଏକ ଫୁଟର ଓଭରବ୍ରିଜ ଭୁଷୁଡି ପଡିଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସେମାନେ ଏବେ ସ୍ଥାନୀୟ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ଥି କରାଯାଇଛି । ପ୍ରକାଶ ଯେ, ଗତକାଲି ସକାଳେ ଏହି ବ୍ରିଜ ମରାମତି ହୋଇଥିବା ବେଳେ ତାହା ସନ୍ଧ୍ୟା ସମୟରେ ଭୁଷୁଡି ପଡିଥିଲା । ଏହି ବ୍ରିଜ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ରେଳ ଷ୍ଟେସନରୁ ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂ ପାଖରେ ଥିବା ବିଟି ଲେନକୁ ସଂଯୋଗ କରୁଥିଲା । କୁହାଯାଉଛି କ୍ଷମତାଠାରୁ ଅଧିକ ଲୋକ ଯାତାୟତ କରିବାରୁ ଏହି ଘଟଣା ଘଟିଛି ।