Home ଅପରାଧ ଡ୍ରଗ୍ସ ସହିତ ଧରା ପଡିଲା ବିଜେପି ସାଂସଦଙ୍କ ପୁଅ

ଡ୍ରଗ୍ସ ସହିତ ଧରା ପଡିଲା ବିଜେପି ସାଂସଦଙ୍କ ପୁଅ

0
son-of-bjp-mp-arrested
ଭୋପାଳ : ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦଙ୍କ ପୁଅ ସ୍ମାକ-ଡ୍ରଗ୍ସ ସହିତ ଗିରଫ ହୋଇଛି । ପ୍ରକାଶ ଯେ, ସାଂସଦଙ୍କ ପୁଅ ନିଜର ଦୁଇ ସାଙ୍ଗ ସହିତ କାର୍ରେ ଯାଉଥିଲେ । ସେହି ସମୟରେ ଚେକିଂ ଚାଲୁଥିବା ବେଳେ ଗାଡିକୁ ନେରୋକି ଖୁବ ଘୀପ୍ର ଗତିରେ ପଳେଇଥିଲେ । ପୋଲିସକୁ ସନ୍ଦେହ ହେବାରୁ ଗାଡିକୁ ପିଛା କରି ଗାଡିକୁ ରୋକିଥିଲେ । ମଧ୍ୟପ୍ରଦେଶର ମଣ୍ଡଳାଠାରେ ସାଂସଦଙ୍କ ପୁଅକୁ ଗିରଫ କରିଥିଲା ପୋଲିସ । ସାଂସଦ ସଂପତିୟା ଉଇକେଙ୍କ ପୁଅ ସତେନ୍ଦ୍ର ସହ ତାଙ୍କ ଦୁଇ ସାଙ୍ଗଙ୍କୁ ମଣ୍ଡଳା ପଲିଟେକନିକ ଛକରେ ପୋଲିସ ଗିରଫ କରିଛି । ସତେନ୍ଦ୍ରଙ୍କ ଗାଡିରୁ ୩୮୦ଗ୍ରାମର ସ୍ମାକ ଜବତ ହୋଇଛି ।