Home ଦେଶ ବିଦେଶ ଏସ୍ପିଓଙ୍କୁ ଘର ସାମ୍ନାରେ ହତ୍ୟା କଲେ ଆତଙ୍କବାଦୀ

ଏସ୍ପିଓଙ୍କୁ ଘର ସାମ୍ନାରେ ହତ୍ୟା କଲେ ଆତଙ୍କବାଦୀ

0
special-police-officer-shot-dead-by-terrorists-outside-her-house-in-j-ks-shopian
ଶ୍ରୀନଗର : ଦିନକୁ ଦିନ ବଢି ଚାଲିଛି ଆତଙ୍କବାଦୀମାନଙ୍କ ଆକ୍ରମଣ । ଯାହାକୁ ନାହିଁ ତାକୁ ନେଇ ମାରି ଦେଉଛନ୍ତି, ତ ଆଉ କାହାକୁ ଗୁରୁତର ଆହତ କରୁଛନ୍ତି । ଆଉ କାହାକୁ ଘରୁ ଅପହରଣ କରି ନେଉଛନ୍ତି । ସୂଚନାନୁଯାୟୀ : ଆଜି ଦିନ ୨.୩୦ ବେଳେ ଶୋପିଆନ୍ଠାରେ ଜଣେ ବ୍ୟକ୍ତିଙ୍କୁ କିଛି ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ଭେହିଲ୍ ଗାଁର ଖୁସ୍ବୁ ଜାନ୍ ନାମକ ଜଣେ ଏସ୍ପିଓଙ୍କ ଘରକୁ ଆତଙ୍କବାଦୀମାନେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲେ । ଖୁସ୍ବୁଙ୍କ ଦେହରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।